Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାରା ରାଜ୍ୟକୁ କାଳବୈଶାଖୀ ୱାର୍ଣ୍ଣିଂ ଜାରି, ଆଗାମୀ ଦୁଇ ଦିନରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ

ସାରା ରାଜ୍ୟକୁ କାଳବୈଶାଖୀ ୱାର୍ଣ୍ଣିଂ ଜାରି, ଆଗାମୀ ଦୁଇ ଦିନରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ

ODISHA NEWS 3 months ago

ଭୁବନେଶ୍ୱର, (୧୮/୦୬) : ଆପ୍ର : ସାରା ରାଜ୍ୟକୁ ଜାରି କରାଯାଇଛି କାଳବୈଶାଖୀ ୱାର୍ଣ୍ଣିଂ । ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।  

ସେହିପରି ବାକି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  କିଛି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ । ଆସନ୍ତାକାଲି ହିଟୱେଭ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ଉଷ୍ଣ ଓ ଆର୍ଦ୍ରତା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୧ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା ରହିଛି । ଆଗାମୀ ଦୁଇ ଦିନରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ଖସିପାରେ ।

 ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ମୌସୁମୀ ଅଗ୍ରଗତି ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS