Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସର୍ବ ଭାରତୀୟ ନିଟ ୟୁଜି ପରୀକ୍ଷାରେ ସିତିସାରଜ ବଡ଼ମାଳିଙ୍କ ସଫଳତା

ସର୍ବ ଭାରତୀୟ ନିଟ ୟୁଜି ପରୀକ୍ଷାରେ ସିତିସାରଜ ବଡ଼ମାଳିଙ୍କ ସଫଳତା

ODISHA NEWS 1 month ago

ସୁବର୍ଣ୍ଣପୁର, (୧୮/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କୀର୍ତ୍ତିପୁର ଗ୍ରାମର ସିତିସାରଜ ବଡ଼ମାଳି ଚଳିତ ନିଟ ୟୁଜି ପ୍ରବେଶିକା ପରୀକ୍ଷା ରେ ସଫଳ ହାସଲକରି ଅଞ୍ଚଳ ପାଇଁ ଗର୍ବ ପାଲଟିଛନ୍ତି ।

ସେ ସମୁଦାୟ ୭୨୦ ମାର୍କରୁ  ୬୦୪ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୮୮୫୭  ରେଙ୍କ ରଖି MBBS  ପଢିବା ପାଇଁ ମୋନାନୀତ ହୋଇଛନ୍ତି । ସିତିସାରଜ ବଡ଼ମାଳି ଙ୍କ ବାପା ଶାନ୍ତନୁ କୁମାର ବଡ଼ମାଳି ଜଣେ ଚାଷୀ ହୋଇଥିବା ବେଳେ ମା ପ୍ରିୟମ୍ବଦା ବଡ଼ମାଳି ଜଣେ ସୁ ଗୃହିଣୀ ଅଟନ୍ତି । ସେ ପ୍ରଥମେ ସରସ୍ବତୀ ଶିଶୁ ବିଦ୍ୟାଳୟ ମନ୍ଦିର ଖଲିଆପାଲି ରୁ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରି ପଞ୍ଚମ ଶ୍ରେଣୀରେ ନବୋଦୟ ପରୀକ୍ଷା ରେ ଚୟନୀତ ହୋଇଥିଲେ । ପରେ ସେ ଷଷ୍ଠ ରୁ ଦ୍ଵାଦାଶ ପର୍ଯ୍ୟନ୍ତ ନବୋଦୟ ବିଦ୍ୟାଳୟ ତରଭା ରେ ଅଧ୍ୟୟନ କରିଥିଲେ ।

ଦ୍ଵାଦାଶ ପରେ ସେ ଭୁବନେଶ୍ୱରରେ ରହି NEET UG ପାଇଁ ପ୍ରସ୍ତୁତ କରୁଥିଲେ । ସଫଳତା ହାସଲ କରିବା ପାଇଁ ଶୃ୍ଖଳିତ ଜୀବନଶୈଲି,କଠୋର ପରିଶ୍ରମ, ଆତ୍ମବିଶ୍ଵାସ, ଓ ସମୟାନୁବର୍ତ୍ତିତା ଅପରିହାର୍ଯ୍ୟ। ସେ ଦୈନିକ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରି ଏହି ସଫଲତା ପାଇଁଛନ୍ତି। ସେ ନିଜର ଏହି ସଫଳତା ର ଶ୍ରେୟ ତାଙ୍କ ପିତା ମାତା,ବଡ଼ ବାପା ବଡ଼ ମା, ଦାଦା ଖୁଡି, ଗୁରୁଜନ ଓ ସାଙ୍ଗସାଥି  ଦେଇଛିନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS