Dailyhunt
ସୌର ଉଦ୍ୟୋଗୀ ମେଳା ଆୟୋଜିତ

ସୌର ଉଦ୍ୟୋଗୀ ମେଳା ଆୟୋଜିତ

ODISHA NEWS 1 year ago

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୧୨/୦୩) : ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ସୌର ଶକ୍ତିକୁ ବିନିଯୋଗ କରି ଜୀବନ ଜୀବିକାକୁ ସହଜ ସରଳ ବୋଧଗମ୍ୟ କରିବାକୁ ସ୍ବେଛାସେବୀ ଅନୁଷ୍ଠାନ ଓଡିଶା ପ୍ରଫେସନାଲ ଡେଭେଲପମେଣ୍ଟ ସର୍ଭିସେସ କନସଲ୍ଟାନ୍ସୀ ରାୟଗଡା ଏବଂ ସେଲକୋ ଫାଉଣ୍ଡେସନ ବାଙ୍ଗାଲୋରଙ୍କ ମିଳିତ ଉଦ୍ୟମରେ ଏକ ସୌର ଉଦ୍ୟୋଗୀ ମେଳା ସ୍ଥାନୀୟ ଜପାଖାଲ ଠାରେ ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକରୁ କ୍ଷୁଦ୍ର ତଥା ଲଘୁ ଉଦ୍ୟୋଗୀ ଓ ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡାର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡା ସୁଜିତ ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ର, ସେଲକୋ ଫାଉଣ୍ଡେସନର ମୁଖ୍ୟ ସତ୍ୟ ପ୍ରିୟ ସାହୁ ଏବଂ ଭେଙ୍କଟ ରାଓ ସମ୍ପାଦକ ଓ ପି ଡି ଏସ ସି ରାୟଗଡା ମିଳିତ ଭାବରେ ଉଦଘାଟନ କରିଥିଲେ ।  .

ଅକ୍ଷୟ ଖେମେଣ୍ଡୁ, ଜିଲ୍ଲା ପରିଷଦ ରାୟଗଡାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, କୃଷ୍ଣଚନ୍ଦ୍ର ବେହେରା ସେଲକୋ ଫାଉଣ୍ଡେସନ, ଶଙ୍କର ଚାଲାଣ ଓଡିଶା ଜୀବିକା ମିଶନ ରାୟଗଡା, ବିଜୟ ସାହୁ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡା, ମନୋଜ ପାତ୍ର ଉପନିର୍ଦେଶକ ଓ ର ମା ସ ରାୟଗଡା, ବିନୟ ବସନ୍ତ ରାୟ ଅଧ୍ୟକ୍ଷ ଶିଳ୍ପ ତାଲିମ କେନ୍ଦ୍ର ରାୟଗଡା ଏବଂ ପରେଶ ପ୍ରସାଦ ମହାପାତ୍ର ସାମାଜିକ ତଥା ଜୀବନ ଜୀବିକା ନିର୍ଦେଶକ ଓ ଟି ଇ ଏଲ ପି ପ୍ଲସ ବିଭିନ୍ନ ଆଲୋଚନା ଚକ୍ର ରେ ଯୋଗ ଦେଇ ସୌର ଶକ୍ତିର ଉପଯୋଗୀତା ସମ୍ପର୍କ ରେ ବୁଝାଇଥିଲେ ।  .

ବୈଶ୍ୱିକ ତାପମାତ୍ରାର ପ୍ରଭାବକୁ ପ୍ରତିହତ କରି ସୁସ୍ଥ ସୁନ୍ଦର ତଥା ପ୍ରଗତିଶୀଳ ସମାଜ ଗଠନରେ ସୌର ଶକ୍ତିର ବିନିଯୋଗ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ସୌର ଶକ୍ତିକୁ ଉପଯୋଗ କରାଯାଇ ବିଭିନ୍ନ ଉଦ୍ୟୋଗର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଓ ପି ଡି ଏସ ସି ର କର୍ମୀ ମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ରୁକ୍ମିଣୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS