Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସେକ୍ସ ରାକେଟ ର ପର୍ଦ୍ଦାଫାସ : ଘର ମାଲିକ ଓ ହୋଟେଲ ମ୍ୟାନେଜର ସହ ସମୁଦାୟ ୭ ଯୁବକ ଗିରଫ ଗିରଫ

ସେକ୍ସ ରାକେଟ ର ପର୍ଦ୍ଦାଫାସ : ଘର ମାଲିକ ଓ ହୋଟେଲ ମ୍ୟାନେଜର ସହ ସମୁଦାୟ ୭ ଯୁବକ ଗିରଫ ଗିରଫ

ODISHA NEWS 3 months ago

ସୁବର୍ଣ୍ଣପୁର, (୨୪/୦୫) : ଆପ୍ର : ସୁବର୍ଣ୍ଣପୁର  ଆରକ୍ଷୀ ଅଧିକ୍ଷକ ନିର୍ଦ୍ଧେଶ କ୍ରମେ ସୋନପୁର ଏସଡିପିଓ କଲ୍ୟାଣୀ ବେହେରା ଏବଂ ଥାନା ଅଧିକାରୀ ଯାଦବ ବାଗ ଙ୍କ  ତତ୍ତ୍ୱାବଧାନରେ ଶନିବାର ରାତିରେ ଏକ ଭଡ଼ା ଘରେ ଓ ଏକ ହୋଟେଲ ରେ ବିଶ୍ୱସ୍ତ ସୂତ୍ରରୁ ପୁଲିସ ଖବର ପାଇ ଚଢାଉ କରିଥିଲା  । 

ଏହି  ଚଢାଉ ସମୟରେ  ସୋନପୁର ମୁଖ୍ୟ ହସ୍ପିଟାଲ ନିକଟସ୍ଥ ଏକ ଭଡା ଘରେ  ଜଣେ ମହିଳା ଓ କିଛି ଆପତ୍ତି ଜନକ ସାମଗ୍ରୀ ମିଳିଥିଲା । ଏହି ତଥ୍ୟ କୁ ଆଧାର କରି ଉକ୍ତ ମହିଳା ଓ ସେହି ଘର ମାଲିକ କୁ ପଚରା ଉଚୁରା କରିବା ସମୟରେ ଜିଲ୍ଲା ହସ୍ପିଟାଲ ନିକଟସ୍ଥ ହୋଟେଲ ଗ୍ରୀନ ପାର୍କରେ କିଛି ମହିଳା ମାନଙ୍କୁ ନେଇ ଅନୈତିକ କାର୍ଯ୍ୟକଳାପ ଚାଲୁଥିବାର ସୂଚନା ମିଳିଥିଲା । ଉକ୍ତ ଟିମ ତୁରନ୍ତ ହୋଟେଲ ଗ୍ରୀନ ପାର୍କରେ ଚଢାଉ କରିଥିଲେ ।

ଏହି ସମୟରେ ଉକ୍ତ ହୋଟେଲର ୫ ଟି କୋଠରୀରେ ୫ ଜଣ ପୁରୁଷ ଏବଂ ୫ ଜଣ ମହିଳା ଆପତ୍ତିଜନକ  ଅବସ୍ଥାରେ ମିଳିଥିଲେ । ସେମାନଙ୍କୁ  ପଚରାଉଚରା ସମୟରେ ତାଙ୍କ ସରହଣିର କାରଣ ଓ ବୈଧ ପ୍ରମାଣ ପତ୍ର ଦେଇ ପାରି ନ ଥିଲେ । ପରେ  ସନ୍ଦିଗ୍ଧ ବ୍ୟକ୍ତିମାନେ ଏହି ଅନୈତିକ କାର୍ଯ୍ୟ ରେ ଲିପ୍ତ ହେବାରେ  ଦୋଷ ସ୍ୱୀକାର କରିଥିଲେ । 

ତେଣୁ ୫ ଜଣ ଗ୍ରାହକ, ଗ୍ରୀନ ପାର୍କ ହୋଟେଲର ପରିଚାଳକ ଏବଂ ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ଥିବା ଭଡା ଘରର ମାଲିକ ମୋଟ ୭ ଜଣ କୁ ପୁଲିସ ଗିରଫ କରିଥିବା ବେଳେ   ୬ ଜଣ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ଏ ସମ୍ପର୍କରେ ସୋନପୁର ଥାନା କେସ ନମ୍ବର ୧୯୫/ ତା ୨୪ . ୫ . ୨୦୨୬ ରିଖ ଅନୁସାରେ ପୁଲିସ ଏକ ମକଦ୍ଦମା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ସହର ଗଡଭିତର ର ଆଶୁତୋଷ ପୁଝାରୀ (୫୦) , ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଚପାଡୋଳ ଗ୍ରାମ ର ଅଜିତ ସାହୁ(୩୪) , ବୀରମହାରାଜ ପୁର ଥାନା କମଲପୁର ଗ୍ରାମର ମହେନ୍ଦ୍ର ମେହେର (୨୯) , ଉଲୁଣ୍ଡା ଥାନା ଗୌଡଗାଁ ଗ୍ରାମର ପ୍ରାଣ କିଶୋର ବାଗ (୨୫) , ସୁବଳୟା ଥାନା ବଡଖମାର ଗ୍ରାମର ସତ୍ୟଞ୍ଜୟ ନାଏକ(୨୯) , ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଟୁଟାମୁଣ୍ଡା ଗ୍ରାମର ଗୋପାଳ ଭୋଇ(୩୫) ଓ ସେହି ଗ୍ରାମର ସୌମିତ୍ରୀ ମଲ୍ଲିକ (୪୦) ଅଟନ୍ତି । 

ଏହି ସମସ୍ତ ସାତ ଜଣଙ୍କୁ ଡାକ୍ତର ମାଇନା ପରେ ମାନ୍ୟବର କୋର୍ଟରେ କୁ ଚାଲାଣ କରାଯାଇଛି । ଏହି କେସର  ପୀଡ଼ିତା ମାନଙ୍କୁ ସେମାନଙ୍କ ଅଭିଭାବକ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ନାରୀସୁରକ୍ଷା  କେନ୍ଦ୍ରରେ ରଖାଯାଇଛି ବୋଲି ଜିଲ୍ଲା  ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ନାରାୟଣ ନାୟକ ସୂଚନା ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS