ସୁବର୍ଣ୍ଣପୁର, (୦୯/୧୦) : ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାନସିକ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ବିନିକା ତାଲୁକ୍ ସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନସିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ତାଳୁକ୍ ଆଇନ ସେବା କମିଟି ର ଅଧ୍ଯକ୍ଷ ତଥା ଜେଏମଏଫସି କୋର୍ଟ ର ବିଚାରପତି ସୁପ୍ରଭା କୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନସିକ ସ୍ଵାସ୍ଥ୍ୟ ଉପରେ ଆଇନ ର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶଙ୍କରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଵାସ୍ଥ୍ୟ ଅଧିକାରୀ ଡ, ସନ୍ତୋଷ କୁମାର ବିଭାର ଯୋଗଦେଇ ମାନସିକ ରୋଗର କାରଣ, ଲକ୍ଷଣ ଓ ତାର ପ୍ରତିକାର ଉପରେ ବୁଝାଇବା ସହ ମାନସିକ ରୋଗ ରୁ ବର୍ତ୍ତିବା ପାଇଁ ମାନସିକ ଶାନ୍ତି ତଥା ଚାପ ମୁକ୍ତ ହେବା ଆବଶ୍ୟକ ବୋଲି କହିଥିଲେ ।

