Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି, କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ପଡିଲା ବାଦ୍‌

ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି, କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ପଡିଲା ବାଦ୍‌

ODISHA NEWS 3 months ago

ସମ୍ବଲପୁର, (୧୮/୦୬) : ଆପ୍ର : ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି । ଆସନ୍ତା ୨୦ ତାରିଖରେ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍ ସହ ସ୍କୁଲ ଛୁଟି ରହିବ । 

ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନ । କିନ୍ତୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ହେବନି ଛୁଟି । କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ଶୀତଳ ଷଷ୍ଠୀ ଛୁଟିରୁ ବାଦ୍‌ । ସେପଟେ ଶୀତଳ ଷଷ୍ଠୀ ପାଇଁ ସଜେଇ ହେଲଣି ସହରର ମନ୍ଦିର। ଯାତ୍ରାକୁ ଆକର୍ଷଣୀୟ କରିବାକୁ ଛୁଟିଲେଣି କଳାକାର । ବିଭିନ୍ନ ପ୍ରକାରର ମେଢ଼ ପ୍ରସ୍ତୁତି ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥରର ଶୀତଳଷଷ୍ଠୀ ଯାତ୍ରାରେ ୭ ହଜାର କଳାକାରଙ୍କ ସମାଗମ ହେବ ।

ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ତଥା ଶୀତଳଷଷ୍ଠୀ ଯାତ୍ରା ପାଇଁ ସବୁଠି ଚଳଚଞ୍ଚଳ ।

ଆଉ ଦୁଇଦିନର ଅପେକ୍ଷା, ସାରା ସହର ଦେଖିବ ମହାଦେବ ଓ ମାତା ପାର୍ବତୀଙ୍କ ମାନବୀୟ ଲୀଳା । ମୂର୍ତ୍ତି ଓ ପ୍ରଜ୍ଞାପନ ମେଢ଼ ଆଦିରେ ଶେଷ ସ୍ପର୍ଷ ଦେଉଛନ୍ତି କାରିଗର । ସମ୍ବଲପୁରର ଗଳିକନ୍ଦିରେ ଦେଖିବାକୁ ମିଳିବ କଳା, ସଂସ୍କୃତିର ଅପୂର୍ବ ଦୃଶ୍ୟ ।

 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS