ଭୁବନେଶ୍ବର, (୦୩/୦୮) : ଆପ୍ର : ଶ୍ରାବଣ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ପୂଜାପଣ୍ଡା ସେବାୟତ ଓ ବଡ଼ୁ ନିଯୋଗ ସେବାୟତଙ୍କ ମଧ୍ୟରେ ବିବାଦ ।
ଶ୍ରାବଣ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଛି । ବିବାଦର ସମାଧାନ ନହେବାରୁ ନୀତିକାନ୍ତିରେ ବାଧା ଦେଖାଦେଇଛି । ନୀତିକାନ୍ତି ବନ୍ଦ ସତ୍ତ୍ବେ ଜଳଲାଗି ଜାରି ରହିଛି। ବିନା ପୂଜାରେ ଜଳଲାଗି କରୁଛନ୍ତି ଭକ୍ତ । କଡ଼ା ସୁରକ୍ଷା ଭିତରେ ଯାଇ ଜଳଲାଗି କରୁଛନ୍ତି । “ହର ହର ମହାଦେବ” ଧ୍ୱନିରେ କମ୍ପୁଛି ଲିଙ୍ଗରାଜ ମନ୍ଦିର ।ଅନ୍ୟପଟେ, ଶ୍ରାବଣ ମାସ ପ୍ରଥମ ସୋମବାରରେ ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। କାଉଡିଆମାନେ ନିଜର ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରିଛନ୍ତି ।

