Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀଜଗନ୍ନାଥ ମହୋତ୍ସବ ଉଦଯାପିତ

ଶ୍ରୀଜଗନ୍ନାଥ ମହୋତ୍ସବ ଉଦଯାପିତ

ODISHA NEWS 1 year ago

ସୁବର୍ଣ୍ଣପୁର, (୨୫/୦୩) : ଆ.ପ୍ର : ସ୍ବର୍ଣ୍ଣପ୍ରୟାଗ ରାମେଶ୍ୱରଠାରେ ସପ୍ତାହବ୍ୟାପୀ ଚାଲିଥିବା ଜଗନ୍ନାଥ ମହୋତ୍ସବ ଏକ ଭକ୍ତିମୟ ପରିବେଶରେ ଆଜି ମଧ୍ୟାହ୍ନରେ ଉଦଯାପିତ ହୋଇଯାଇଛି ।

 

ଜଗନ୍ନାଥ ସଂସ୍କୃତି ଓ ଚେତନାର ବିସ୍ତାର ଲକ୍ଷ୍ୟରେ ଶ୍ରୀଜଗନ୍ନାଥଙ୍କ ଦୁଲ୍ଲଭ ବତିଶ ବେଶ,ପଞ୍ଚକୁଣ୍ଡିୟ ଘୃତଯଜ୍ଞ ସହ ରାମେଶ୍ୱର ନିତ୍ୟକୁଞ୍ଜରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ପଡିଛି । ସାତଦିନ ଧରି ଅନୁଷ୍ଠିତ ଜଗନ୍ନାଥ ମହୋତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଜଗନ୍ନାଥ ମଞ୍ଚର ତ୍ରିଆଳତୀ ପର୍ବ ସହ ପ୍ରବଚନ ଓ ଭଜନକୁ ଲୋକେ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଛନ୍ତି । ସ୍ୱତନ୍ତ୍ର ବତିଶ ବେଶ ଆଗରେ ପ୍ରତିଦିନ ୩୨ଜଣ ଦମ୍ପତ୍ତି ବିଷ୍ଣୁ ସହସ୍ର ନାମ ପଠନ କରିଥିବାବେଳେ ଦୁଲ୍ଲଭ ବେଶ ଦର୍ଶକଙ୍କ ପ୍ରମୁଖ ଆକର୍ଷଣ ଭାବେ ଉଭା ହୋଇଥିଲା ।

ଏଥିସହ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ କଥାମୃତକୁ ନେଇ ଜଗନ୍ନାଥ ସଂସ୍କୃତି ପ୍ରବାଚକ ଡ଼ଃ କୃଷ୍ଣକେଶବ ଷଡ଼ଙ୍ଗୀଙ୍କ ପ୍ରବଚନକୁ ହଜାର ହଜାର ଭକ୍ତିପୂତ ଶ୍ରଦ୍ଧାଳୁ ମନନ କରିଛନ୍ତି । 

ଏହି ଅବସରରେ "ଦାରୁବ୍ରହ୍ମ" ସ୍ମରଣୀକା ସାଧୁସନ୍ଥଙ୍କ ହାତରେ ଲୋକାର୍ପିତ ହୋଇଛି । ପାତାଳି ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁର ମାଟିରେ ପ୍ରଥମଥର ଭାବେ ଆୟୋଜିତ ଜଗନ୍ନାଥ ମହୋତ୍ସବ ତଥା ଦୁଲ୍ଲଭ ବତିଶ ବେଶ ଦର୍ଶନ ଶ୍ରଦ୍ଧାଳୁଙ୍କ ମନରେ ଏକ ଭିନ୍ନ ଆଧ୍ୟାତ୍ମିକତାର ଭାବ ଭରି ଦେଇଛି। ଆଜି ମହୋତ୍ସବର ପୁନଃଶ୍ଚରଣ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ରାମେଶ୍ୱର ତ୍ରିବେଣୀ ସଙ୍ଗମ ଘାଟରେ ସାଧୁସନ୍ଥଙ୍କ ସାହି ସ୍ନାନ ପରେ ଶ୍ରଦ୍ଧାଳୁମାନେ ଅମୃତ ସ୍ନାନ କରିଥିଲେ।ମହୋତ୍ସବ କମିଟି ପକ୍ଷରୁ ସାଧୁସନ୍ଥ ଓ ଯଜ୍ଞରେ ନିୟୋଜିତ ଆଚାର୍ଯ୍ୟଙ୍କ ସେବପୂଜା ସହ ବସ୍ତ୍ରଦାନ କରାଯାଇଥଲା। 

ସେହିପରି ପଞ୍ଚକୁଣ୍ଡିୟ ଘୃତଯଜ୍ଞ,ଚବିଶ ପ୍ରହରୀ ନାମଯଜ୍ଞ ଓ ବତିଶ ବେଶ ସହ ଶ୍ରୀଗୋପାଳ ପୂଜନର ପୂର୍ଣ୍ଣାହୁତି ପଡିଛି ।

କମିଟିର ସମସ୍ତ ବିଭାଗୀୟ ସଦସ୍ୟ,ସଦସ୍ୟାଙ୍କ ସହ କାର୍ଯ୍ୟକର୍ତ୍ତା ଓ ଉପସ୍ଥିତ ଶ୍ରଦ୍ଧାଳୁ  ଅବିର ମାଖି ସଂକୀର୍ତ୍ତନ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନୀରେ ନାଚିନାଚି ମହୋତ୍ସବ ର ପୂର୍ଣ୍ଣକୁମ୍ଭକୁ ସଙ୍ଗମରେ ବିସର୍ଜନ କରିଥିଲେ । ପୂର୍ଣ୍ଣାହୁତି ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ସେବନ କରିଥିବା ଦେଖାଯାଇଥିଲା । ଇତ୍ୟବସରରେ ଏକ ସ୍ମରଣିକା "ଦାରୁବ୍ରହ୍ମ "ଉନ୍ମୋଚିତ  ହୋଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS