Dailyhunt
ସ୍କର୍ପିଓ ଉପରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ୬ ଜୀବନ

ସ୍କର୍ପିଓ ଉପରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ୬ ଜୀବନ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ବିହାର, (୩୦/୦୪) : ବିହାରର ଭାଗଲପୁରରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିବାହ ଉତ୍ସବରେ ସାମିଲ ହେବାକୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଧରି ଯାଉଥିବା ଏକ ସ୍କର୍ପିଓ ଉପରେ ଚଢ଼ିଗଲା ଟ୍ରକ୍‌ । 

ଏହି ଦୁର୍ଘଟଣାରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିହାରର ଭାଗଲପୁର ଜିଲ୍ଲାର ଆମାପୁର ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଏକ ବିବାହ ଉତ୍ସବରେ ସାମିଲ ହେବାକୁ ୧୦ରୁ ଅଧିକ ଲୋକ ଏକ ସ୍କର୍ପିଓରେ ମୁଙ୍ଗେରରୁ ପିରପେନ୍ତି ଯାଉଥିଲେ। ସ୍କର୍ପିଓଟି ଆମାପୁର ଗାଁ ନିକଟରେ ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ବାଲି ବୋଝେଇ ଟ୍ରକ୍‌ ଅନିୟନ୍ତ୍ରିତ ହୋଇ ସ୍କର୍ପିଓକୁ ପିଟିଥିଲା।

ଟ୍ରକ୍‌ଟି ସ୍କର୍ପିଓ ଉପରେ ଓଲଟି ପଡ଼ିଥିବା ବେଳେ ତାହା ସମ୍ପୂର୍ଣ୍ଣ ଭାବେ ଚାପି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି ଟ୍ରକ୍‌ ତଳେ ଚାପି ହୋଇଥିବା ସ୍କର୍ପିଓକୁ ବାହାର କରି ତା’ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲା। ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ପଠାଯାଇଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS