Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୋନପୁର ବ୍ଲକ ଛକରେ ରାଜସ୍ଵ ମନ୍ତ୍ରୀଙ୍କୁ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସମ୍ବର୍ଦ୍ଧନା

ସୋନପୁର ବ୍ଲକ ଛକରେ ରାଜସ୍ଵ ମନ୍ତ୍ରୀଙ୍କୁ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସମ୍ବର୍ଦ୍ଧନା

ODISHA NEWS 1 year ago

ରିପୋର୍ଟ : ଧୃବରାଜ ମିଶ୍ର 
ସୁବର୍ଣ୍ଣପୁର, (୦୧/୦୩) : ସ୍ଥାନୀୟ ବ୍ଲକ ଛକରେ ବିଜେପି ର ପୂର୍ବତନ ଜିଲ୍ଳା ସଭାପତି ବଳଦେବ ବେଦବାକ୍ ଓ ଶ୍ରାଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୁଝାରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । 

ଅନ୍ୟ ମନଙ୍କ ମଧ୍ୟରେ ଜିଲ୍ଳା କୃଷକ ସଂଘ, ଜ୍ଞାନ ଜଗନ୍ନାଥ ମହୋତ୍ସଵ କମିଟି, ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ, ବ୍ଲକଛକ ଦୁର୍ଗାପୂଜା କମିଟି, ରୟାଲ କ୍ଲବ, ମହିଳା ସଂଘ, କଲାପଥର ଗ୍ରାପ. ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ପ୍ରାୟ ୫୦ ଜଣ ଵ୍ୟକ୍ତି ବିଭିନ୍ନ ଵିଷୟରେ ଅଭିଯୋଗପତ୍ର ପ୍ରଦାନ କରିଥିଲେ । ତେଵେ କିଛି ସମୟ ପରେ ଏହି ପଥପ୍ରାନ୍ତ ସଭାରେ ବାଳାଙ୍ଗିର ସାଂସଦ  ସଂଗୀତା ସିଂଦେଓ ଯୋଗଦେବା ଓ ତାଙ୍କୁ ଶ୍ରୀ ବେଦବାକ୍ ଫୁଲତୋଡ଼ା ଦେଇ ପାଛୋଟି ନେଇ ସଭାରେ ବସେଇବା ଏକ ଚର୍ଚ୍ଚାର ବିଷୟ ହୋଇଛି।

ଏଥିରେ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ମିଶ୍ର, ନଗର ସଭାପତି  ସଂଜୀବ ବେଦବାକ, ସିନ୍ନିବାସ୍ ଚାନ୍ଦ , ବାପି ଦାସ୍, ଜିତୁ ମହାପାତ୍ର, କେଦାର ଦାସ୍, ସୁରେଶ ପାତ୍ର, ଭକ୍ତ ପ୍ରହ୍ଲାଦ ଖୁରା ପ୍ରମୁଖ ଯୋଗଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS