Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ODISHA NEWS 2 months ago

ସୁବର୍ଣ୍ଣପୁର, (୧୨/୦୭) : ଆପ୍ର : ସୁବର୍ଣ୍ଣପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । 

ଏଥିରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ତଥା ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା ଓ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଓଡ଼ିଶା ଭେଷଜ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସେଲର ଡଃ. ଦତ୍ତେଶ୍ୱର ହୋତା ଯୋଗଦେଇ ସମାଜର ବିକାଶ ଏବଂ ଗଣତନ୍ତ୍ରର ସୁରକ୍ଷା ରକ୍ଷା କରିବାରେ ଗଣମାଧ୍ଯମର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ।  .

ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରଯାଇଥିଲା ପ୍ରଶାସନ ପହଞ୍ଚି ପାରୁ ନଥିବା ଅଞ୍ଚଳର ସମସ୍ୟା ଗଣମାଧ୍ଯମ ପ୍ରତିନିଧି ମାନେ ପ୍ରଶାସନ ଓ ସରକାରଙ୍କ ଆଗରେ ଉପସ୍ଥାପନ କରିଥାନ୍ତି I ଏହା ଫଳରେ ପ୍ରଶାସନ ସରକାର ଜନସାଧାରଣଙ୍କ ଆବଶ୍ୟକତା ପ୍ରତି ଯତ୍ନବାନ ହେବା ସହିତ ଆବଶ୍ୟକ ପଦକ୍ଷେପ ନେଇଥାନ୍ତି ବୋଲି  ମତପ୍ରକାଶ ପାଇଥିଲା ।

ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ, ରାଜ୍ୟ ସଂପାଦକ ଦୁର୍ଯ୍ୟୋଧନ ମହାରଣା ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାର ଟିମ୍ ଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ବିଶେଷ ସଫଳତା ପାଇଥିବା ସୂଚନାଦେଇ ଥିଲେ । ଏବଂ ଏଥିରେ ରାଜ୍ୟ ସଂଘର ଉପସଭାପତି ଦୀପକ ନାୟକ, ଶୁଶାନ୍ତ ମହାପାତ୍ର, ରମଣୀ ରଞ୍ଜନ ଦାସ, ରାକେଶ ଗୁପ୍ତା, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ପଶ୍ଚିମ ଓଡ଼ିଶା ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ୱାଳ ଙ୍କ ସହ ବିଭିନ୍ନ ଜିଲ୍ଲାରୁ ସଭାପତି, ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ । 

ଦ୍ଵିତୀୟ ଅଧିବେଶନରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଜିଲ୍ଲା ରୁ ଆସିଥିବା ଓଡ଼ିଶା ସାମ୍ବାଦିକ ସଂଘ ର କର୍ମକର୍ତ୍ତା ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରି ସଂଘର ସାଂଗଠନିକ ଉପରେ ମତ ରଖିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତୃତୀୟ ଅଧିବେଶନ ରେ ଆୟୋଜନ ହୋଇଥିବା ଏକ ସେମିନାର ସାମ୍ବାଦିକ ଙ୍କ ସୁରକ୍ଷା, ସ୍ଵାଧୀନତା ଓ ଅଧିକାର ଶୀର୍ଷକ ଆୟୋଜନ ହୋଇଥିଲା । 

ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ.ନୃପରାଜ ସାହୁ, ବକ୍ତା ଭାବରେ ବିଇଓ ଲକ୍ଷ୍ମଣ ପଣ୍ଡା, ବୌଦ୍ଧ ର ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ବେଳାରେ ଗଣମାଧ୍ୟମର ଭୂମିକା ଓ ସାମ୍ବାଦିକ ଙ୍କ ସୁରକ୍ଷା ସ୍ଵାଧୀନତା ଓ ଅଧିକାର ସଂପର୍କରେ ବହୁ ସାର୍ ଗର୍ଭକ ମତ ରଖିଥିଲେ । ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଏହି ସମସ୍ତ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଜିଲ୍ଲା ସଂପାଦକ ମହାଦେବ ମଲ୍ଲିକ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ରାଜ୍ୟ ସଂପାଦକ ରାଜକିଶୋର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS