Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁଧା କିରଣ କଲେଜ ରେ ବନମହୋତ୍ସବ ଅନୁଷ୍ଠିତ

ସୁଧା କିରଣ କଲେଜ ରେ ବନମହୋତ୍ସବ ଅନୁଷ୍ଠିତ

ODISHA NEWS 1 month ago

ରାଇକିଆ, (୦୧/୦୮) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ସୁଧା କିରଣ ଆବାସିକ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ମୁଖ୍ୟଅତିଥି ଭାବେ ରେଞ୍ଜ ଅଫିସର୍ ଯୁଧିଷ୍ଟିର ବେହେରା ଯୋଗ ଦେଇ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶଙ୍କର୍ଷଣ ସାହୁ ଯୋଗଦେଇ ଗ୍ଲୋବାଲ ୱାର୍ମିଂ ଉପରେ ସଚେତନ କରିଥିଲେ । ସମ୍ମାନିତ ଅତିଥିଭାବେ  ପ୍ରଦୀପ କୁମାର ବେହେରା କହିଛନ୍ତି ଅତୀତରେ ଆମ ଜଙ୍ଗଲ କେତେ ଭରପୂର ଥିଲା ଆଜି ଜଙ୍ଗଲକ୍ଷୟ ହେବାରେ ଲାଗିଛି ତେଣୁ ସଂକଳ୍ପ କରି ସବୁ ପିଲା ଗଛଟିଏ ଲଗାଇବା ଉଚିତ୍ । ଅଧ୍ୟାପକ ଡ. ସନ୍ତୋଷ କୁମାର ନାୟକ ଏହି କାର୍ଯ୍ୟ ପରିଚାଳନା କରିଥିଲେ ।

ଅଧ୍ୟାପକ ଆଲୋକ କୁମାର ପରିଚ୍ଛା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା ,ବିଜୟ ଲକ୍ଷ୍ମୀ ଦୋରା , ଅଧ୍ୟାପକ ନିଳାଞ୍ଚଳ ସାହୁ,ବିଭୂଷଣ ପ୍ରଧାନ,ଛାତ୍ର ଅମ୍ଳାନ ନାୟକ ସହଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS