ODISHA NEWS
ODISHA NEWS@odishanews

ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
  • 68d
  • 19 shares

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡ଼ା, (୧୮/୦୧) : ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଜାନୁୟାରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ଚାଲିଥିବାରୁ ଟ୍ରାଫିକ ନିୟମ ସମ୍ପର୍କରେ  ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ସଚେତନାତା ଧର୍ମି ଭିଡିଓ ପ୍ରଦର୍ଶନ କରାଯାଇଛି ।

ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶିବ ଶଙ୍କର ଚୌଧୁରୀ ଏବଂ ଏମ.ଭି.ଆଇ ରାଜ୍ କୁମାର୍ ବେହେରା ବାଇକ ଚଳାଇବା ସମୟରେ ହେଲମେଟ ପିନ୍ଧିବା, ଫୋନରେ କଥା ହୋଇ ଗାଡ଼ି ନ ଚଲାଇବା ଏବଂ ଟ୍ରାଫିକ ନିୟମ ପାଳନ କରିବା, ଦୃତ୍ ଗତିରେ ଗାଡି ଚାଳନା ନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

No Internet connection

Link Copied