ODISHA NEWS
ODISHA NEWS@odishanews

ସ୍ୱାମୀଙ୍କୁ ପାଇବା ପାଇଁ ବ୍ୟାଙ୍କ ଗେଟ୍ ଆଗରେ ପତ୍ନୀଙ୍କ ଧାରଣା

ସ୍ୱାମୀଙ୍କୁ ପାଇବା ପାଇଁ ବ୍ୟାଙ୍କ ଗେଟ୍ ଆଗରେ ପତ୍ନୀଙ୍କ ଧାରଣା
  • 68d
  • 00

ରିପୋର୍ଟ : ସୁଶାନ୍ତ ବେହେରା 
ବୌଦ୍ଧ, (୨୧/୦୯) : ସ୍ୱାମୀଙ୍କୁ ପାଇବା ପାଇଁ ବ୍ୟାଙ୍କ ଗେଟ୍ ଆଗରେ ପତ୍ନୀଙ୍କ ଧାରଣା । ଆଜି ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସ୍ୱାମୀଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସକୁ କହିଛନ୍ତି । ଏହି ମହିଳା ଜଣକ ପୁରୀ ର ମିନତୀ ରାଣୀ ମହାପାତ୍ର । ପେଷାରେ ସେ ଜଣେ ଓକିଲ । ମିନତୀ କହିଛନ୍ତି, ଗତ ୨୦୧୯ ଏପ୍ରିଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ମହେଶ ପ୍ରସାଦ ମିଶ୍ର ଙ୍କୁ ସେ ବିବାହ କରିଥିଲେ ।

ବାହା ହେବାର ଏକ ମାସ ମଧ୍ୟରେ ତାଙ୍କୁ ଛାଡି ମହେଶ କେଉଁଆଡ଼େ ପଳାଇଥିଲେ । ସ୍ୱାମୀଙ୍କର ଅନ୍ୟ କାହା ସହ ସମ୍ପର୍କ ରହିଥିଲା ।

No Internet connection

Link Copied