Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ୱାସ୍ଥ୍ୟସେବା ପାଇଲେ ଅଜଣା ମହିଳା

ସ୍ୱାସ୍ଥ୍ୟସେବା ପାଇଲେ ଅଜଣା ମହିଳା

ODISHA NEWS 3 months ago

ରାୟଗଡା, (୨୮/୦୬) : ଆପ୍ର :  ତା.୨୬/୦୬ ରିଖରେ ପ୍ରାୟ ୨୭ ବର୍ଷ ବୟସର ଜଣେ ଅଜଣା ମହିଳା, ଯିଏ ମାନସିକ ଅସୁସ୍ଥତାରେ ପୀଡ଼ିତ ଥିଲେ, ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ରାୟଗଡକୁ ଅଣାଯାଇଥିଲା ।

ଡା. ରାକେଶ ରଞ୍ଜନ ପାଢ଼ୀ, ମନୋରୋଗ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡାଙ୍କ ତତ୍ତ୍ୱାବଧାନରେ ସାଇକିଆଟ୍ରି ସୋସିଆଲ୍ ୱର୍କର ଏବଂ ମନୋରୋଗ ବିଭାଗର ଟିମ୍ ତାଙ୍କୁ ତୁରନ୍ତ ଭର୍ତ୍ତି କରି ଆବଶ୍ୟକୀୟ ଚିକିତ୍ସା ଓ ମାନସିକ ସେବା ପ୍ରଦାନ କରିଥିଲେ । ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ହେବା ପରେ ପୁନର୍ବାସ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା । 

୨୭ ଜୁନ ୨୦୨୬ ରେ ଜିଲ୍ଲା ସାମାଜିକ ସୁରକ୍ଷା ଶାଖା, ରାୟଗଡାଙ୍କ ସହଯୋଗରେ ଉକ୍ତ ମହିଳାଙ୍କୁ ମାଲକାନଗିରି ପୁନର୍ବାସ କେନ୍ଦ୍ରକୁ ସୁରକ୍ଷିତ ଭାବରେ ପଠାଯାଇଛି, ଯେଉଁଠାରେ ତାଙ୍କର ପରବର୍ତ୍ତୀ ଚିକିତ୍ସା, ପୁନର୍ବାସ ଏବଂ ସାମାଜିକ ପୁନଃସ୍ଥାପନ କାର୍ଯ୍ୟ ଜାରି ରହିବ ।

ଏହି ସଫଳ ପଦକ୍ଷେପ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡର ମନୋରୋଗ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଶାଖାଙ୍କ ସମନ୍ୱିତ ପ୍ରୟାସର ଏକ ଉତ୍କୃଷ୍ଟ ଉଦାହରଣ, ଯାହା ମାନସିକ ରୋଗୀମାନଙ୍କୁ ସମ୍ମାନଜନକ ଚିକିତ୍ସା, ସୁରକ୍ଷା ଏବଂ ପୁନର୍ବାସ ସୁନିଶ୍ଚିତ କରିବାରେ ପ୍ରତିବଦ୍ଧ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS