ମୁରିବାହାଲ, (୨୫/୦୭) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ଯାଦବ ଭବନ ଠାରେ ସ୍ୱର୍ଗତ ରୁଦ୍ର ମନହୀରାଙ୍କ ଶୋକ ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ବ୍ଲକ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣା, ସମ୍ପାଦକ ତରୁଣ ପୋଡ଼ ସହ ବ୍ଲକର ସମସ୍ତ ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ । ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ ହୋଇଛି ଯେ, ଆସନ୍ତା ସୋମବାର ୨୭/୦୭/୨୬ରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ସହ ଆଲୋଚନା କରି ଆଗାମୀ ଦିନର କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯିବ ।ପ୍ରକାଶ ଥାଉ କି, ଗତ ୫/୦୭/୨୬ ତାରିଖରେ ରୁଦ୍ର ମନହୀରା ପୁଟଲ ବିକିବାପାଇଁ ଖରିଆର ଯାଉଥିବା ସମୟରେ ବଙ୍ଗୋମୁଣ୍ଡା ଗୋଳେଇ ଛକ ଠାରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା।

