Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାଲା ଭାଙ୍ଗି କଳକନା ବୁଲାଇଲେ ଦୁବୃର୍ତ୍ତ, ୫୦ ଲକ୍ଷର ସୁନାଗହଣା ଲୁଟ୍

ତାଲା ଭାଙ୍ଗି କଳକନା ବୁଲାଇଲେ ଦୁବୃର୍ତ୍ତ, ୫୦ ଲକ୍ଷର ସୁନାଗହଣା ଲୁଟ୍

ODISHA NEWS 1 year ago

ଜଳେଶ୍ବର, (୧୭/୦୩) : ଆ.ପ୍ର. : ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି କଳକନା ବୁଲାଇଲେ ଦୁବୃର୍ତ୍ତ । ଜଳେଶ୍ବର ନାମ୍ପ ଫାଣ୍ଡି ଆମ୍ବପୁଞ୍ଜା ଗାଁ'ରେ ବଡ଼ ଧରଣର ଲୁଟ୍ । 

୫୦ ଲକ୍ଷର ସୁନାଗହଣା ଓ ୧୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ଆମ୍ବପୂଞ୍ଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ନାମ୍ପୋ ବଜାରରେ ଜଳଖିଆ ଦୋକାନ ଅଛି । ସବୁଦିନ ଭଳି ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଘରର ତାଲା ବନ୍ଦ କରି ଅପରାହ୍ନରେ ଦୋକାନକୁ ଯାଇଥିଲେ । ରାତି ୮ଟା ସମୟରେ ଘରକୁ ଫେରିବା ବେଳେ ଘରର ତାଲା ଭାଙ୍ଗି ତଳେ ପଡିଥିବା ଦେଖିଥିଲେ । ସମସ୍ତ ଟଙ୍କା ଏବଂ ସୁନା ଗହଣା ଲୁଟ ହୋଇଥିବା ଦେଖି ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇ ଥିଲେ । ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS