Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାଣ୍ଡବ ରଚିଲା କାଳ ବୈଶାଖୀ ଘରର ଛାତ ସହ ଉଡ଼ିଲା ବାଇକ୍, ଉପାଡି ଦେଲା ଶହ ଶହ ଗଛ

ତାଣ୍ଡବ ରଚିଲା କାଳ ବୈଶାଖୀ ଘରର ଛାତ ସହ ଉଡ଼ିଲା ବାଇକ୍, ଉପାଡି ଦେଲା ଶହ ଶହ ଗଛ

ODISHA NEWS 3 months ago

ସୁବର୍ଣ୍ଣପୁର, (୨୯/୦୫) : ଆପ୍ର : ଗୁରୁବାର  ରାତ୍ର ପ୍ରାୟ ୭ ଟା . ୩୦ ମିନିଟ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରବଳ କାଳବୈଶାଖୀ ଝଡ଼ ସାଙ୍ଗକୁ ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । 

ପ୍ରାୟ ଏକ ଘଣ୍ଟା   ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ଯ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଥିଲା । ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସହ ସହର ର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକ ର କିଛି ଅଞ୍ଚଳରେ ବଡ଼ ବଡ଼ ଶହ ଶହ ଗଛ ଉପୁଡି ଭାଙ୍ଗି ପଡିଛି । ଫଳରେ ରାସ୍ତା ଅବରୋଧ ହୋଇଛି ।  .

ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପୌର ପରିଷଦ କର୍ମଚାରୀ ମଧ୍ଯ ସଫେଇ କାର୍ଯ୍ୟ ଜାରି ରଖିଛନ୍ତି ।

ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ଧରି ଅନ୍ଧାରରେ ଥିବା ବେଳେ କେତେବେଳେ ଲାଇଟ୍ ଆସିବ ଅନିଶ୍ଚିତତା ଦେଖାଯାଇଛି । ବିଦ୍ୟୁତ୍ ବିଭାଗ ପୁନରୁଦ୍ଧାର କାମରେ ଲାଗିଛି । ସେପଟେ ପ୍ରବଳ ଗୁଳୁଗୁଳି ରେ ଭାଜି ହେଉଛନ୍ତି ସୋନପୁର ଜିଲ୍ଲା ବାସୀ । ବିଦ୍ୟୁତ ଯୋଗୁଁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି । 

ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଜନସାଧାରଣ କଣ ବା କରାଯାଇ ପାରେ ପ୍ରାକୃତିକ ବିପର୍ଯ୍ୟୟ କୁ । କିନ୍ତୁ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ ବିଭାଗ ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବା ପାଇଁ ବୁଦ୍ଧିଜୀବି ତଥା ଜନସାଧାରଣରେ ଦାବୀ ହେଲାଣି । ଗଛପଡ଼ି ବ୍ୟାପକ ଘର କ୍ଷତି ହୋଇଥିବା ଜଣାପଡିଛି ।  ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ଝଡ ତଥା ବର୍ଷା କୁଆପଥର ମାଡ଼ରେ ନଷ୍ଟ ହୋଇଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଗଛ ପଡି ରାସ୍ତାକଡରେ ଥିବା ଅନେକ କାର୍ ଓ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । 

ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାସ୍ତାରୁ ଗଛ କାଟି ହଟାଯାଉଛି । ଜିଲ୍ଲା ର ସହର ସହିତ  ସମସ୍ତ ଗ୍ରାମରେ ବିଦ୍ୟୁତ ନାହିଁ ।  କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରାଯିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ପାଇଁ ଦାବୀ ହେଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS