Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟାଙ୍ଗିଆ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଟାଙ୍ଗିଆ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ODISHA NEWS 3 hrs ago

ପାପଡ଼ାହାଣ୍ଡି, (୨୩/୧୦) : ଆପ୍ର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ସିରସୀ ଗ୍ରାମପଞ୍ଚାୟତର ପାଳପୁର କଦମଗୁଡ଼ା ଗ୍ରାମରେ ଟାଙ୍ଗିଆ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । 

ମୃତକ ହେଉଛନ୍ତି ନବରଙ୍ଗପୁର ବ୍ଲକ ବିକ୍ରମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମର ମୁଣ୍ଡରା ପୂଜାରୀ (୬୦) । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତାଙ୍କ ପରିବାର ଲୋକେ ବାନ୍ଧି ରଖିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ, ମୁଣ୍ଡରା ପୂଜାରୀ ପାପଡ଼ାହାଣ୍ଡି ବ୍ଲକ ପାଳପୁର କଦମଗୁଡ଼ା ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିଲେ । ଆଜି ସକାଳେ ସେ ଘର ନିକଟରେ ଥିବା ବାରିପଟ ଜାଗା ସଫା କରୁଥିଲେ । ଏହି ସମୟରେ ସେହି ଗ୍ରାମର ଉଦୟନାଥ ଅମନାତ୍ୟ (ଶୁକ୍ରୁ) ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।  .

ମୁଣ୍ଡରାଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଓ ବୋହୂ ଘଟଣାସ୍ଥଳକୁ ଆସିଥିଲେ ।

ତେବେ ଭୟରେ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ । ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ କିଛି ଦୂରରେ ଥିବା ନିଜ ଘରକୁ ପଳାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ତାଙ୍କୁ ଘରେ ଦଉଡ଼ି ସାହାଯ୍ୟରେ ବାନ୍ଧି ରଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଉଦୟନାଥଙ୍କୁ ଗିରଫ କରିଛି ।

ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS