ଯାଜପୁର, (୧୪/୦୬) : ଆପ୍ର. : ଗୋଟିଏ ପଟେ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଅନ୍ୟପଟେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ମାନଙ୍କରେ ଚଢ଼ାଉ କରାଯାଉଛି ।
ଏହି କ୍ରମରେ ହୋଟେଲ ଓ ରେଷ୍ଟୁରଣ୍ଟ ମାନଙ୍କରେ ସଠିକ୍ ଖାଦ୍ୟ ପ୍ରସ୍ତୁତ ହେଉଛି କି ନାହିଁ ନା ବାସୀ ଖାଦ୍ୟ ଗ୍ରାହକଙ୍କୁ ଦିଆଯାଉଛି ସେ ନେଇ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଇ ଏହାର ଯାଞ୍ଚ କରାଯାଇଛି । ଯେଉଁଠି ଖାଦ୍ୟ ନିମ୍ନ ମାନର ରହିଛି ସେହି ଖାଦ୍ୟକୁ ନଷ୍ଟ କରାଯାଉଛି । ଏଥିସହ ସଂପୃକ୍ତ ହୋଟେଲକୁ ନୋଟିସ୍ ଦିଆଯାଇଛି । ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ।

