Saturday, 14 Dec, 5.15 pm Odisha Reporter

ଜାତୀୟ
ବଢ଼ିଲା ଫାରୁକ୍‌ଙ୍କ ଅଟକ ଅବଧି

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଅଟକ ଅବଧି ମାସ ବଢ଼ାଇ ଦିଆଯାଇଛଇ। ୩ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଥିବା ଫାରୁକ୍‌ଙ୍କ ଅଟକ ଅବଧି ବୃଦ୍ଧି ନେଇ ଶନିବାର ନିଷ୍ପତ୍ତି ହୋଇଛି। ସେ ସବ୍‌-ଜେଲ ଘୋଷିତ ତାଙ୍କ ଘରେ ହିଁ ଗୃହବନ୍ଦୀ ରହିବେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

୫ ଥର ସାଂସଦ ଭାବେ ନିର୍ବାଚିତ ଫାରୁକ୍‌ ଅଗଷ୍ଟ ୫ ତାରିଖରୁ ଗୃହବନ୍ଦୀ ଅଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପୂର୍ବରୁ ତାଙ୍କୁ ଏଭଳି ଭାବେ ଅଟକ ରଖାଯାଇଛି।

ତାଙ୍କ ବିରୋଧରେ ସେପ୍ଟେମ୍ବର ୧୭ରେ ପବ୍ଲିକ୍‌ ସେଫ୍‌ଟି ଆକ୍ଟ (ପିଏସ୍‌ଏ) ଲାଗୁ କରାଯାଇଥିଲା। ଏହା ପରେ ଏମ୍‌ଡିଏମ୍‌କେ ନେତା ଭାଇକୋ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ ଯେ, ଫାରୁକ୍‌ଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି। ପିଏସ୍‌ଏ ଆଇନ ଅଧୀନରେ ଜଣେ ବ୍ୟକ୍ତିଙ୍କୁ ୩ରୁ ୬ ମାସ ଯାଏ ବିନା ଶୁଣାଣିରେ ଗୃହବନ୍ଦୀ ରଖି ହେବ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Reporter
Top