Saturday, 28 Mar, 4.16 pm Odisha Reporter

କ୍ରୀଡା
ଭାରତ ପାଇଁ ଧୋନିଙ୍କ ଖେଳିବାର ସ୍ୱପ୍ନ ଶେଷ ହୋଇଯାଇଛି ବୋଲି କହିଲେ ଏହି ଭାଷ୍ୟକାର

ନୂଆଦିଲ୍ଲୀ: ଟିମ୍‌ ଇଣ୍ତିଆ ପାଇଁ ପୁଣିଥରେ ଖେଳିବାକୁ ଲକ୍ଷ୍ୟ ରଖିଥିବା ଧୋନିଙ୍କ ସବୁ ସ୍ୱପ୍ନ ଶେଷ ହୋଇଯାଇଛି। ସେ ଆଉ ଭାରତ ପାଇଁ କେବେ ବି ଖେଳି ନପାରନ୍ତି ଆଜି ଏଭଳି ବୟାନ ଦେଇଛନ୍ତି ପ୍ରଖ୍ୟାତ କ୍ରିକେଟ ଭାଷ୍ୟକାର ହର୍ଷ ବୋଗଲେ। ବିଶ୍ୱକପ ପରେ ଧୋନି ଟିମ୍‌ ଇଣ୍ଡିଆ ପାଇଁ ଖେଳୁନାହାନ୍ତି। ଆଇପିଏଲ ଜରିଆରେ ସେ କ୍ରିକେଟ ମଇଦାନକୁ ଫେରିଥାଆନ୍ତେ ଓ ଏହାପରେ ଟିମ୍‌ ଇଣ୍ଡିଆରେ ସାମିଲ ହୋଇଥାଆନ୍ତେ।

ହେଲେ ଆଇପିଏଲ କରୋନା ଭାଇରସକୁ ଯୋଗୁ ବନ୍ଦ ହେବା ସ୍ଥିତିରେ ରହିଛି। ତେଣୁ ଧୋନିଙ୍କ କମବ୍ୟାକ୍‌ ସ୍ୱପ୍ନ ମଧ୍ୟ ଅଧା ରହିବା ଭଳି ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ହର୍ଷ ବୋଗଲେ କହିଛନ୍ତି, "ମୁଁ ଭାବୁଛି ବର୍ତ୍ତମାନ ସ୍ଥିତିରେ ଧୋନିଙ୍କ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସ୍ୱପ୍ନ ଶେଷ ହୋଇଯାଇଛି। ମୁଁ ଭାବୁନି ଯେ ଧୋନି ଆଉ ସେପ୍ଟେମ୍ବର-ଅକ୍ଟୋବର ଟି-୨୦ ବିଶ୍ୱକପ ଖେଳିବାକୁ ଲକ୍ଷ୍ୟ ରଖିଥିବେ।

ଧୋନି ଆଇପିଏଲରେ ଜବରଦସ୍ତ କମବ୍ୟାକ କରିଥାଆନ୍ତେ। ହେଲେ ଏବେ ସବୁ କିଛି ଶେଷ ହେବାକୁ ବସିଛି।"

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Reporter
Top