ମନୋରଞ୍ଜନ
ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ
ଭୁବନେଶ୍ୱର (ଓଡିଶା ରିପୋର୍ଟର): ପୂଜା ବଜାରକୁ ଆସିବାକୁ ଯାଉଛି ରତ୍ନା ଫିଲ୍ମସ୍ ର 'ଶିବା ନଟ୍ ଆଉଟ୍'। ଏହି ଚଳଚ୍ଚିତ୍ରର ନିଦ୍ଦେର୍ଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ସାହୁ। ଏଥିରେ ପ୍ରଥମଥର ପାଇଁ ପ୍ରଯୋଜନା କରିବାକୁ ଯାଉଛନ୍ତି ଅରିନ୍ଦମ। ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅରିନ୍ଦମ ଓ ଅର୍ଚ୍ଚିତା। ପିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି। ଏବେ ଏହି ଫିଲ୍ମର ଚାଲିଛି ଅଡିଓ ମେକିଂ।
ନିକଟରେ ଫିଲ୍ମଟିର ଏକ ଗୀତ 'ସୁକ୍ରିୟା.'ର ମେକିଂ ହୋଇଛି। ଏହି ଗୀତର ମ୍ୟୁଜିକ ତିଆରି କରିଛନ୍ତି ପ୍ରେମ ଆନନ୍ଦ। ଗୀତଟିକୁ ଗାଇଛନ୍ତି ସବିଶେଷ ଓ ଦୀପ୍ତିରେଖା। ଗୀତଟିକୁ ଲେଖିଛନ୍ତି ସୁବ୍ରତ ସ୍ୱାଇଁ। ଏହାର ମେକିଂ ଭିଡିଓରେ ପ୍ରଥମେ ଗାୟିକା ଦୀପ୍ତିରେଖା ଏହି ଗୀତ ଗାଇବାରୁ ଅନୁଭୂତି ସଂପର୍କରେ ସଂକ୍ଷେପରେ କହିଛନ୍ତି। ତା ପରେ ମ୍ୟୁଜିକ୍ ଡିରେକ୍ଟର ପ୍ରେମାନନ୍ଦ ମଧ୍ୟ ଗୀତ ସଂପର୍କରେ ଅଳ୍ପ କହିଛନ୍ତି।
Dailyhunt