Wednesday, 05 Aug, 9.41 am Odisha Reporter

ହୋମ
ଗାଁରେ ପଶିଲା କଲରାପତରିଆ ବାଘ, ତା' ପରେ.

ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର): କଲରାପତରିଆ ବାଘ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ରମ୍ପିଆ ଗାଁର ଜଣେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସେମାନେ ବର୍ତ୍ତମାନ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ରମ୍ପିଆ ଗାଁ ଜଙ୍ଗଲ ଘେରା ହୋଇଥିବା ଯୋଗୁଁ ସେଠାରେ ଅଧିକାଂଶ ସମୟରେ ହାତୀ ଏବଂ ବାଘ ଆତଙ୍କ ଲାଗି ରହିଥାଏ । ବାଘଟି ଗାଁରେ ପଶିବା ପରେ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ଘର ସଦସ୍ୟ ବାହାରକୁ ବାହାରିବାରୁ ବାଘ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Reporter
Top