Friday, 13 Mar, 6.16 pm Odisha Reporter

କ୍ରୀଡା
ପ୍ରଥମଥର ରଣଜୀ ଟ୍ରଫି ଜିତିଲା ସୌରାଷ୍ଟ୍ର

ରାଜକୋଟ୍‌: ସୌରାଷ୍ଟ୍ର ଟିମ୍ ପ୍ରଥମଥର ଲାଗି ରଣଜୀ ଟ୍ରଫି ଟାଇଟଲ୍ କବଜା କରିଛି। ବେଙ୍ଗଲ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୨୫ ରନ୍ କରିଥିଲା। ଜବାବରେ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ଦିବସରେ ବେଙ୍ଗଲ ପ୍ରଥମ ଇନିଂସରେ ୩୮୧ ରନ୍ କରି ଅଲଆଉଟ୍ ହୋଇଥିଲା। ଯାହା ଫଳରେ ସୌରାଷ୍ଟ୍ର ୪୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ସୌରାଷ୍ଟ୍ର ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୧୦୫ ରନ୍ କରିଥିବା ବେଳେ ଅମ୍ପାୟାର ମ୍ୟାଚକୁ ଡ୍ର' ଘୋଷିତ କରିଥିଲେ।

ଏଠାରେ ସୂଚନାଯୋଗ୍ୟ, ଗତ ୮ଟି ସଂସ୍କରଣ ମଧ୍ୟରୁ ସୌରାଷ୍ଟ୍ର ଚତୁର୍ଥଥର ରଣଜୀ ଟ୍ରଫିର ଫାଇନାଲରେ ସ୍ଥାନ ପକ୍କା କରିଛି। ସୌରାଷ୍ଟ୍ର ଗତବର୍ଷ ଫାଇନାଲରେ ବିଦର୍ଭ ନିକଟରୁ ପରାସ୍ତ ହୋଇଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Reporter
Top