Monday, 07 Jan, 6.51 am Odisha Reporter

ମନୋରଞ୍ଜନ
ରିଲିଜ୍‌ ହେଲା 'ଚାଲ୍‌ ଟିକେ ଦୁଷ୍ଟ ହେବା'ର ମ୍ୟୁଜିକାଲ୍ ଡ୍ୟାନ୍‌ସ୍‌ ଟ୍ରାକ୍‌ 'ଡିଅର୍‌ ଡାର୍ଲୁ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି 'ତରଙ୍ଗ ସିନେ ପ୍ରଡକ୍ସନ୍ସ'ର ନୂଆ ଓଡ଼ିଆ ଫିଲ୍ମ 'ଚାଲ୍ ଟିକେ ଦୁଷ୍ଟ ହେବା'। ଏବେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଫିଲ୍ମଟିର ଗୋଟିଏ ପରେ ଅନ୍ୟ ଏକ ଆଇଟମ୍ ବଜାରକୁ ଛଡ଼ାଯାଉଛି। ପ୍ରଥମେ ପୋଷ୍ଟର୍‌, ପରେ ମୋସନ୍ ପୋଷ୍ଟର୍‌, ଟାଇଟଲ୍‌ ଗୀତର ଅଫିସିଆଲ୍ ଷ୍ଟୁଡିଓ ଭର୍ସନ୍ ଓ ମ୍ୟୁଜିକାଲ୍‌ ଟ୍ରାକ୍‌ ଆସିଛି। ଏବେ ରିଲିଜ୍‌ ହୋଇଛି ଫିଲ୍ମର ଏକ ମ୍ୟୁଜିକାଲ୍ ଡ୍ୟାନ୍‌ସ୍‌ ଟ୍ରାକ୍‌ 'ଡିଅର୍‌ ଡାର୍ଲୁ'। ଏହି ଗୀତର ବିଶେଷତ୍ୱ ହେଉଛି, ଏଥିରେ ଜବରଦସ୍ତ ରାପ୍ ରହିଛି। ଗୀତଟିକୁ ଗାଇଛନ୍ତି ନଭ୍ୟା ଜାଇତି ଏବଂ RGK। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ।

ଗୀତଟି ରିଲିଜ୍‌ ହେବାର ଦୁଇ ଦିନ ମଧ୍ୟରେ ୟୁଟ୍ୟୁବ୍‌ରେ ଏହାକୁ ପାଖାପାଖି ୧ଲକ୍ଷ ଦର୍ଶକ ଦେଖିସାରିଲେଣି।

ଆହୁରି ପଢ଼ନ୍ତୁ

ରିଲିଜ୍‌ ହେଲା ରୋମାଣ୍ଟିକ୍‌ ଟ୍ରାକ୍‌ 'ସୁନ୍‌ ସାହେବା ସୁନ୍‌ରେ ସୁନ୍‌.'

ସୂଚନା ଅନୁଯାୟୀ, 'ଚାଲ୍‌ ଟିକେ ଦୁଷ୍ଟ ହେବା' ଫିଲ୍ମ ଚଳିତ ମାସରେ ରିଲିଜ୍‌ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍‌ଙ୍କ ସହ ଦୁଇ ନାୟିକା ଶାୟଲ୍‌ ଏବଂ ମହିମା ଏହି ଫିଲ୍ମ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିବେ।

'ଚାଲ୍‌ ଟିକେ ଦୁଷ୍ଟ ହେବା' 'ତରଙ୍ଗ ସିନେ ପ୍ରଡକ୍ସନ୍‌ସ'ର ଅଷ୍ଟାଦଶ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Reporter
Top