Saturday, 14 Dec, 5.15 pm Odisha Reporter

ଜାତୀୟ
ସ୍ୱାମୀ ଟ୍ରେନ ଆଗକୁ ଡେଇଁବା ପରେ ପତ୍ନୀ ଓ ଝିଅ ବି ଜୀବନ ହାରିଲେ

ନୋଏଡା: ଆର୍ଥିକ ଅନାଟନର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ପ୍ରଥମେ ମେଟ୍ରୋ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବ ପରେ ତାଙ୍କ ପତ୍ନୀ ଓ ଝିଅଙ୍କ ଝୁଲନ୍ତା ମୃତଦେହ ନୋଏଡା ସ୍ଥିତ ଫ୍ଲାଟରୁ ଜବତ ହୋଇଛି। ଏହି ପରିବାର ପ୍ରକୃତ ଘର ତାମିଲନାଡୁର ନୋଲାମବୁର। ସେମାନେ ୪ ମାସ ହେଲା ନୋଏଡାର ସେକ୍ଟର ୧୨୮ରେ ଏକ ଫ୍ଲାଟ ନେଇ ରହୁଥିଲେ।

ମୃତ ବ୍ୟକ୍ତି ଜଣଙ୍କ ଦିଲ୍ଲୀରେ ଥିବା ଏକ ଘରୋଇ କମ୍ପାନୀରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବୟସ ୩୩। ସେ ସେକ୍ଟର ୨୮ରେ ଥିବା ଫ୍ଲାଟର ୭ମ ମହଲାରେ ତାଙ୍କ ୩୦ ବର୍ଷୀୟ ପତ୍ନୀ ଓ ୫ ବର୍ଷୀୟ ଝିଅ ସହ ରହୁଥିଲେ। ୧୩ ତାରିଖରେ ବ୍ୟକ୍ତି ଜଣଙ୍କ ଦିନ ୧୧.୩୦ରେ ଜବାହର ଲାଲ ନେହରୁ ମେଟ୍ରୋ ଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।

ପୁଲିସ ଏହା ପରେ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ବ୍ୟକ୍ତିଙ୍କ ସାନ ଭାଇ ଓ ପରିବାରର ସଦସ୍ୟ ହସ୍ପିଟାଲ ଆସିଥିଲେ। ସାନ ଭାଇ ହସ୍ପିଟାଲରେ ରହିଥିବା ବେଳେ ବ୍ୟକ୍ତି ଜଣଙ୍କର ପତ୍ନୀ ଓ ଝିଅ ଘରକୁ ଫେରିଥିଲେ।

ତେବେ ରାତିରେ ମହିଳା ଜଣଙ୍କ ପ୍ରଥମେ ଝିଅକୁ ଫ୍ୟାନରେ ଝୁଲାଇବା ପରେ ନିଜେ ମଧ୍ୟ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ପୁଲିସ୍‌ ଘଟଣା ସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ ପାଇନାହିଁ। ଏବେ ଘଟଣାର ଅଧିକ ତନାଘନା ଜାରି ରହିଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Reporter
Top