Sunday, 25 Aug, 7.10 pm ଓଡ଼ିଶା ସମାଚାର

ବିଶେଷ
୧୧ବର୍ଷର ପୁଅକୁ ଛାଡ଼ି ବାପାମାଆ ଚମ୍ପଟ

ବାଲେଶ୍ୱର,୨୫/୦୮/୨୦୧୯(ଓଡ଼ିଶା ସମାଚାର)- କୁହାଯାଏ ବାପା ମାଆ ଭଗବାନଙ୍କ ଚଳନ୍ତି ପ୍ରତିମା । ନିଜ ପିଲାଙ୍କ ଖୁସି ଦେଖିବା ପାଇଁ ସବୁ ସୁଖ ଓ ଆବଶ୍ୟକକୁ ତ୍ୟାଗ କରି ଦେଇଥାନ୍ତି । କିନ୍ତୁ ସେହି ବାପାମାଆ ଯେ ନିଜ ସୁଖକୁ ଦେଖି ପୁଅକୁ ରାସ୍ତାରେ ଭିକ ମାଗିବାକୁ ଛାଡ଼ି ଚାଲିଯିବେ ତାହା ଅତି ନିନ୍ଦନୀୟ । ଏପରି ଏକ ଲମ୍ଫଟ ବାପା ମାଆଙ୍କ କଳଙ୍କିତ କାର୍ଯ୍ୟ ସାମନାକୁ ଆସିଛି ବାଲେଶ୍ୱର ଜିଲ୍ଲାରେ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଏକ ୧୧ବର୍ଷର ପୁଅକୁ ୫ମାସ ହେବ ରାସ୍ତା କଡ଼ରେ ନିଜ ବାପାମାଆ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି । ମାଆ ତାର ପୁରୁଷ ବନ୍ଧୁଙ୍କ ସହ ଓ ବାପା ଜଣେ ମହିଳାଙ୍କ ସହ ଫେରାର ହୋଇଯାଇଛନ୍ତି । ଲମ୍ଫଟ ବାପାମାଆ ଛାଡ଼ି ଚାଲିଯିବା ପରେ ନାବାଳକଜଣକ ନିଜ ଭାଗ୍ୟକୁ ଆଦରି ଭିକ ମାଗୁଥିଲା । ଖବର ପାଇବା ପରେ ନାବାଳକଟିକୁ ଭିକ ମାଗୁଥିବା ବେଳେ ଚାଇଲ୍ଡ ଲାଇନ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top