Friday, 13 Dec, 12.10 am ଓଡ଼ିଶା ସମାଚାର

ତାଜା ଖବର
ଅପ୍ରାକୃତିକ ଯୌନ ସର୍ମ୍ପକ ସ୍ଥାପନ ନେଇ ଯୁବକ ବିଫଳ -ନାବାଳକ ଗୁରୁତର

ସାଲେପୁର ୧୨/୧୨/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ଜଣେ କାମାନ୍ଧ ଯୁବକ ଜନୈକ ନାବାଳକ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବାରେ ବିଫଳ ହେବାରୁ ଏଥିରେ ଉକ୍ଷିପ୍ତ ହୋଇ ନାବାଳକକୁ ଏକ ଦାଆରେ କାଟି ଗୁରୁତର ଆହତ କରିଥିବା ନେଇ ନାବାଳକର ମାଆ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ନାବାଳକ ଜଣକ ଏବେ ସାଲେପୁର ଗୋଷ୍ଠୀ ସ୍ୱ୍ୟାସ୍ଥ କେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଜଣାଯାଇଛି । ଏହି ଘଟଣା ଏ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଅଭିଯୋଗରୁ ପ୍ରକାଶ ଯେ ରାଘବପୁର ଗ୍ରାମର ଜଣେ ୭ବର୍ଷର ନାବାଳକ ଗାଁଦାଣ୍ଡରେ ଖେଳୁଥିବା ସମୟରେ ଉକ୍ତ ଗ୍ରାମର ହେମନ୍ତ ଦଳାଇ ନାମକ ଜଣେ ଯୁବକ ତାହା ନିକଟରେ ପହଂଚିି ତାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାହା ସହିତ ଅପ୍ରାକୃତିକ ଯୌନ ସର୍ମ୍ପକ ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଉକ୍ତ ନାବାଳକୁ ଏକ ଦାଆରେ ତାହାର ପେଟର ବିଭିନ୍ନ ସ୍ଥାନରେ କାଟି ପକାଇବାରୁ ନାବାଳକ ଜଣକ ଅଚେତ୍ ହୋଇପଡିଥିଲେ । ତାହା ପରିବାର ଲୋକେ ଘଟଣା ସ୍ଥଳରେ ନାବାଳକକୁ ଉଦ୍ଧାର କରି ଅଭିଯୁକ୍ତ ଜଣକୁ ଘଟଣା ସର୍ମ୍ପକରେ ପଚାରିବାରୁ ଅଭିଯୁକ୍ତ ଜଣକ ଏଥିରେ ଉତକ୍ଷିପ୍ତ ହୋଇ ଏହି ଘଟଣା ସର୍ମ୍ପକରେ ଥାନାରେ ଅଭିଯୋଗ କଲେ ତମ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି । ସାଲେପୁର ପୋଲିସ୍ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ୍ କହିଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top