Thursday, 12 Dec, 5.10 pm ଓଡ଼ିଶା ସମାଚାର

ତାଜା ଖବର
ଅତ୍ୟନ୍ତ ଦୁଖଃଦ ଖବର ; ଜନ୍ମ ଦିନରେ ଠାକୁର ଦର୍ଶନ ସାରି ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ମା ଓ ୮ ବର୍ଷର ପୁଅ ମୃତ, ସମ୍ପର୍କିୟ ଗୁରୁତର

ଅନଗୁଳ, ୧୨/୧୨/୨୦୧୯(ଓଡ଼ିଶା ସମାଚାର)- ଜନ୍ମ ଦିନରେ ଠାକୁର ଦର୍ଶନ ସାରି ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ମା ଓ ୮ ବର୍ଷର ପୁଅ ମୃତ୍ୟୁ ବରଣ କରିଥିବାବେଳେ ଜଣେ ସମ୍ପର୍କିୟ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଏଭଳି ଅଭାବନୀୟ ଘଟଣା ଘଟିଛି ଦଶରାପଡ଼ିଆ ନିକଟରେ । ୮ ବର୍ଷର ପୁଅ ଶୁଭମ ର ଆଜି ଥିଲା ଜନ୍ମ ଦିନ । ଜନ୍ମ ଦିନରେ ମା ଓ ପୁଅ ଜଣେ ସମ୍ପର୍କିୟଙ୍କ ସ୍କୁଟିରେ ଜଗନ୍ନାଥ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ସାରି ଘରକୁ ଫେରିବା ବେଳେ ଦଶରାପଡ଼ିଆ ନିକଟରେ ପଛପଟୁ ଏକ ବାଲି ବୋଝେଇ ଟ୍ରକ୍ ସ୍କୁଟି ୁପରେ ଚଢ଼ିଯାଇଥିଲା । ଦୁର୍ଘଣାସ୍ଥଳରେ ମା ଓ ୮ ବର୍ଷର ପୁଅ ମୃତ୍ୟୁ ବରଣ କରିଥିଲେ । ସ୍କୁଟି ଚଳାଉଥିବା ସମ୍ପର୍କିୟ ଗୁରୁତର ଆହତ ହୋଇଥିଲେ । ରାସ୍ତା ଉପରେ ମା ଓ ପୁଅଙ୍କ ଖଣ୍ଡବିଖଣ୍ଡିତ ଶରୀର ପଡ଼ିଥିବା ରୁ ସେଠାରେ କିଛି ସମୟ ପାଇଁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ୫୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଏଭଳି ଦୁଃଖଦ ଖବରରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top