Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାହୁଡ଼ା ଯାତ୍ରା ରେ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ

ବାହୁଡ଼ା ଯାତ୍ରା ରେ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ

ପୁରୀ,୨୪/୦୭/୨୦୨୬ (ଓଡ଼ିଶା ସମାଚାର)- ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି। ରଥଯାତ୍ରା ଦେଖିବାକୁ ଆସିଥିବା ଜଣେ ଶ୍ରଦ୍ଧାଳୁ ଭକ୍ତ ଙ୍କର ମୃତ୍ୟୁ ଘଟିଛି।ଗହଳି ମଧ୍ୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ ।ମୃତକଙ୍କ ନାମ ଅଭିରାମ ଦାସ (୫୭)। ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବାହୁଡ଼ା ଯାତ୍ରା ଅବସରରେ ରଥ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ମା' ସୁଭଦ୍ରାଙ୍କ ଦର୍ପଦଳନ ରଥ ନିକଟରେ ଭକ୍ତ ଜଣଙ୍କ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar