Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବର୍ଷା ବିତ୍ପାତ: କନ୍ଦରପୁର ଲେଵୁଲକ୍ରସିଂ ଠାରେ ଜାତୀୟ ରାଜପଥ ଧୋଇଗଲା

ବର୍ଷା ବିତ୍ପାତ: କନ୍ଦରପୁର ଲେଵୁଲକ୍ରସିଂ ଠାରେ ଜାତୀୟ ରାଜପଥ ଧୋଇଗଲା

କଟକ - ଜଗତସିଂହପୁର ଯୋଗାଯୋଗ ବିଚ୍ଛିନ୍ନ

ଟକ ସଦର, ୨୬/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ଶନିବାର ରାତିରେ ଵାଦଲଫଟା ବର୍ଷା ଯୋଗୁଁ କଟକ ସଦର ଅନ୍ତର୍ଗତ କନ୍ଦରପୁର ଅଞ୍ଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ଜଣାପଡିଛି। ବର୍ଷା ପାଣିରେ ଚାଷଜମି ସବୁ ଜଳମଗ୍ନ ହେବା ସହିତ ଲୋକମାନଙ୍କ ଘରେ ପାଣି ପଶିଯାଇଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ସେଥିରେ କନ୍ଦରପୁର ଥାନା ଵାରାକରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାରୁ ଦମକଳ ବାହିନୀ ଆସି ଜଳ ନିଷ୍କାସନ କରିଥିବା ଦେଖାଯାଇଛି। ସେହିପରି ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ଲେଵୁଲକ୍ରସିଂ ଠାରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ରାସ୍ତା ଧୋଇ ହୋଇ ଯାଇଛି। ଯାହା ଫଳରେ କଟକ - ଜଗତସିଂହପୁର ରାସ୍ତା ରେ ଜଗତସିଂହପୁର ଜିଲ୍ଲାକୁ ଆଜି ରବିବାର ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।

ଘଟଣା ସ୍ଥଳରେ ଏନ୍ ଏଚ୍ ଏ ଆଇ ସହକାରୀ ଯନ୍ତ୍ରୀ ଶେଖର ସାମଲ,ଏ ଆର୍ ଏସ୍ ଏସ୍ ଠିକା ସଂସ୍ଥା ର ମ୍ୟାନେଜର କିଶୋର ପରିଡ଼ା, କନିଷ୍ଠ ଯନ୍ତ୍ରୀ ସୌମ୍ୟଜିତ୍ ସାହୁ ପ୍ରମୁଖ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହିତ ରାସ୍ତାର ପୁନଃରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି। ସେଥିରେ ଅତ୍ୟଧିକ ବର୍ଷା ପାଣି ଯୋଗୁଁ ଏନ୍ ଏଚ୍ କଡ଼ରେ ଯାଇଥିବା ଉଦଵୃତ୍ତ ଜଳ ନିଷ୍କାସନ ସଫେଇ ରେ ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହୋଇଛି। ଯାହା ଫଳରେ ଲୋକମାନେ ବନ୍ୟା ଜଳ ପରି ବର୍ଷା ପାଣିରେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହେଉଛି। ଉଦଵୃତ୍ତ ଜଳ ନିଷ୍କାସନ ସମସ୍ୟା ର ସମାଧାନ ପାଇଁ ଗତ ଦୁଇଦିନ ତଳେ କରାଯାଇଥିବା ବ୍ୟବସ୍ଥା କୁ ବର୍ଷା ପାଣି ଧୋଇ ଦେଇଛି। ଆଉ ଦୁଇଦିନ ପ୍ରବଳ ବର୍ଷା ‌ହେଵା ନେଇ ପାଣିପାଗ ବିଭାଗ ସୂଚନା ଦେଉଥିବାରୁ ଲୋକମାନେ ଏଥିପାଇଁ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar