କଟକ ସଦର,୦୯/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଦେଓପୁର ନିକଟରେ ଆଜି ବୁଧବାର ମଧ୍ୟାହ୍ନରେ ଚକାଡୋଳା ବସ୍ ଚକାତଳେ ଜଣେ ବାଇକ୍ ଆରୋହୀ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି।
ପ୍ରକାଶ ଯେ କଟକରୁ ଜଗତସିଂହପୁରର ଆସୁଥିବା ଚକାଡୋଳା ଯାତ୍ରୀବାହୀ ବସ୍ ଵିପରିତ ଦିଗରୁ ଯାଉଥିବା ଜଣେ ବାଇକ୍ ଆରୋହୀ ଯୁବକଙ୍କ ଉପରେ ଚଢି ଯାଇଥିଲା।
ଏଥିରେ କିଶନନଗର ଥାନା ଈଶାଣୀଵ୍ରହ୍ମପୁର ପଞ୍ଚାୟତ ସାଧୁ ସାହିର ପ୍ରଦୀପ୍ତ ତ୍ରିପାଠୀ ଙ୍କ ପୁଅ ବାଇକ୍ ଆରୋହୀ ପ୍ରିତି ରଞ୍ଜନ ତ୍ରିପାଠୀ (୨୩) ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ଦୂର୍ଘଟଣା ସ୍ଥଳରେ ପହଞ୍ଚି ବସ୍ ଓ ବାଇକ୍ ଜବତ କରି ଛାନଭିନ ଚଳାଇଥିବା ଜଣାଯାଇଛି।

