୧୦ ଦିନରେ ମଲେଣି ୨; ୧୪ ବର୍ଷରେ ଗଲେଣି ୮ ନିରାକାରପୁର, ୦୩/୦୪/୨୦୨୦(ଓଡ଼ିଶା ସମାଚାର)- ଅସୁରକ୍ଷିତ ଆବାସସ୍ଥଳୀ, ଧ୍ୱଂସାଭିମୁଖୀ ଜଙ୍ଗଲ । ଖାଦ୍ୟର ଅଭାବ ଲାଗି ବନ୍ୟପ୍ରାଣୀ ତଥା ଜାତୀୟ ଐତିହ୍ୟ ହାତୀ ଏବେ ଅସୁରକ୍ଷିତ । ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ମୁହାଁଇଛନ୍ତି ହାତୀପଲ । ହାତୀ ଉପଦ୍ରବରେ ନଷ୍ଟ ହେଉଛି ବ୍ୟାପକ ଧନ ଜୀବନ । ଗୋଟିଏ ପଟେ ହାତୀ ପଲଙ୍କ ଜୀବନ ଓ ଅନ୍ୟ ପଟେ ଚାଷୀଙ୍କ ଜୀବିକା କୃଷିକୁ ନେଇ ଆରମ୍ଭ ହୋଇଛି ମଣିଷ ଓ ହାତୀପଲ୍ଲ ମଧ୍ୟରେ ଅଘୋଷିତ ଲଢ଼େଇ । ଚନ୍ଦକା ହାତୀ ଅଭ୍ୟୟାରଣ୍ୟରେ ବିପର୍ଯ୍ୟସ୍ତ ପରିବେଶ ସହ ଖାଦ୍ୟାଭବ କାରଣରୁ ହାତୀମାନେ ଉପକଣ୍ଠରେ ଥିବା ଧାନ କ୍ଷେତ ଓ ଗ୍ରାମ ଆଡକୁ ମୁହାଁଉଛନ୍ତି । ତେବେ ଖୋର୍ଦ୍ଧା ବନଖଣ୍ଡର ଟାଙ୍ଗି ବନାଂଚଳ ପାଲଟିଛି ହାତୀଙ୍କ ଲାଗି ମରଣ ଯନ୍ତା । ଏହି ବନାଂଚଳର ଉଦୁବୁରୀ କାଜୁ ଜଙ୍ଗଲ ମଧ୍ୟରୁ ଗତ ରବିବାର ଦିନ ଏକ ଦନ୍ତା ହାତୀର ମୃତ ଦେହକୁ ବନବିଭାଗ ଉଦ୍ଧାର କରିଥିଲା ।ତେବେ ଦନ୍ତା ହାତୀଟିର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ହାତୀଟିର ବୟସ ୨୫ବର୍ଷ ହୋଇଥିବା ବନବିଭାଗ ସୂଚନା ଦେଇଥିଲା ।