Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସାଧାରଣ ବୈଠକ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସାଧାରଣ ବୈଠକ

ଟକ ସଦର, ୧୯/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ଅର୍ଛିଲ ଗାଦି ଗୋସ୍ୱାମୀ ପୀଠ ଠାରେ ଵିରିଡି ଓ କିଶନନଗର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଆଞ୍ଚଳିକ କମିଟି ପକ୍ଷରୁ ଏକ ସାଧାରଣ ବୈଠକ ଆଜି ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବରିଷ୍ଠ ସାଥି ତ୍ରୈଲୋକ୍ୟ ନାଥ ଜେନା ସଭାପତିତ୍ବ କରିଥିଲାବେଳେ ଯୋନାଲ ସଂପାଦକ କମ୍ରେଡ ଗୈ।ରାଙ୍ଗ ବୋଷ,କମ୍ରେଡ ନାରାୟଣ ଭୋଳ, ଅଖିଳ ଭାରତୀୟ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଦେଶରେ ଦେଖାଦେଇଥିବା କେନ୍ଦ୍ର ସରକାରଙ୍କ ସାମ୍ପ୍ରତିକ ଜନବିରୋଧୀ କାର୍ଯ୍ୟକ୍ରମ ବିରୁଦ୍ଧରେ ଆଲୋକପାତ କରିଥିଲେ।

ଏଥିସହିତ ଆଗାମୀ ସେପ୍ଟେମ୍ବର ୧ ତାରିଖରେ ଦିଲ୍ଲୀ ଠାରେ ପାର୍ଟି ପକ୍ଷରୁ ହେବାକୁ ଥିବା ସରକାରଙ୍କ ଜନବିରୋଧୀ ଆନ୍ଦୋଳନ ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସଭ୍ୟ ମାନଙ୍କୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବଳରାମ ସେଠୀ, ବିଷ୍ଣୁ ଚରଣ ଦଳାଇ, ନାରାୟଣ ଭୋଇ, ରବିନ୍ଦ୍ର ବାରିକ,ଗଗନ ସେଠୀ, ତ୍ରିଲୋଚନ ବେହେରା, ଜାକିର ହୁସେନ, ଶୁକଦେବ ସାହୁ, ସୁରେନ୍ଦ୍ର ଭୋଇ,ମାନସ ପୃଷ୍ଟି,କ୍ଷମାନିଧି ଭୋଇ ପ୍ରମୁଖ ସହାୟତା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar