Saturday, 21 Sep, 9.12 pm ଓଡ଼ିଶା ସମାଚାର

ବିଶେଷ
ବିଏସ୍ଏନ୍ଏଲ୍ ସେବା ଠପ୍ , ଇଂଟରନେଟ୍ ସୁବିଧା ମିଳୁନି

ଗରଦପୁର ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ କାଲି ମଧ୍ୟାହ୍ନ ଠାରୁ ପାଟକୁରା ଅଂଚଳରେ ବିଏସଏନଏଲ୍ ସେବା ଠପ୍ ହୋଇଯାଇଛି । ଆଜି ସୁଦ୍ଧା ଏହି ସେବା କାର୍ଯ୍ୟ କରୁ ନାହିଁ । ଫଳରେ ଇଂଟରନେଟ୍ ଉପରେ ନିର୍ଭର କରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍, ବ୍ୟବସାୟ ପ୍ରତିଷ୍ଠାନ, ବିଭିନ୍ନ ଲୋକମାନଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଛି । ଗରଦପୁର ବ୍ଳକ ଅଫିସ, ତହସିଲ ଅଫିସ୍ , ପାଟକୁରା ଥାନା,ବିଭିନ୍ନ ବ୍ୟାଙ୍କ ସେବା , ପାଟକୁରା ଜନସେବା କେନ୍ଦ୍ର,ଆଦିରେ କାର୍ଯ୍ୟ ହୋଇ ପାରୁ ନାହିଁ । ବ୍ଲକ ଓ ତହସିଲ ଅଫିସକୁ ଆସି ଲୋକମାନେ ଫେରିଯ।ଉଥିବାର ଦେଖିବାକୁ ମିଳିଛି । ତୁରନ୍ତ ଏହି ସେବା ଯୋଗଇ ଦେସବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ଠାରେ ସାଧାରଣରେ ଦାବି କରାଯାଇଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top