Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ଲକ୍ ସ୍ତରୀୟ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବ୍ଲକ୍ ସ୍ତରୀୟ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ରଦପୁର,୦୧/୦୯/୨୦୨୬(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସ୍ଥିତ ନଇନ୍ଦିପୁର ଉଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୌଜନ୍ୟ ରୁ ଅନୁଷ୍ଠିତ ଶିବିରକୁ ବିଡ଼ିଓ ଆଲୋକ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବେ ଜିଲା ସାମାଜିକ ସୁଚରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲା ଦକ୍ଷତା ବିକାଶ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ, ବିଜେପି ନେତା ବିଜୟ ନାୟକ, ସରପଂଚ ପ୍ରଭାତ ନଳିନୀ ଜେନା, ଶୈଳେନ୍ଦ୍ର ମହାନ୍ତି ଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ ଇଓ ଚିତରଂଜନ ଚୌଧୁରୀ, ପ୍ରହଲାଦ ସାହୁ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ବ୍ୟକ୍ତି ସମାଜର ଅଭିନ୍ନ ଅଙ୍ଗ, ଏବଂ ସୋମାନଙ୍କ ବିକାଶ ରେ ସମାଜ ପରିପୃଷ୍ଟ ହୁଏ ବୋଲି ମତ ବ୍ୟକ୍ତ କରିଥିଲେ ।

ବିଭାଗ ତରଫରୁ ଉଚ ବିଦ୍ୟାଳୟ ପରିସରରେ ଭେଷଜ, ଅସ୍ଥି ଶଲ୍ୟ, ଚକ୍ଷୁ, ଶବଣ, ମାନସିକ ଓ ଶିଶୁ ବିଭାଗ ର ଭିନ୍ନକ୍ଷମ ମାନଙ୍କ ପରୀକ୍ଷା ନିରୀକ୍ଷା ପାଇଁ ୬ ଗୋଟି କାଉଂଟର କରାଯାଇଥିଲା ।

ଭିନ୍ନକ୍ଷମ ମାନେ ସମ୍ପୃକ୍ତ ବିଭାଗରେ ପହଂଚି ନ୍ାମ ପଂଜିକରଣ କରିଥିଲାବେଳେ ବିଶେଷଜ୍ଞ ଡ଼ାକ୍ତରମାନେ ସେମାନଙ୍କୁ ପରୀକ୍ଷା କରିଥିଲେ । ବିଶେଷଜ୍ଞ ଡ଼ାକ୍ତର ପ୍ରଶାନ୍ତ କୁମାର ସାହୁ, ଡ଼ାକ୍ତର ସତ୍ୟ ପ୍ରକାଶ ମହାପାତ୍ର, ଡ଼ାକ୍ତର ସଂଜିବ କୁମାର ସେଠୀ,ଡ଼ାକ୍ତର ଶ୍ରୀକାନ୍ତ ସ୍ୱାଇଁ, ଡ଼ାକ୍ତର ପ୍ରଶାନ୍ତ ଜେନା, ଡ଼ାକ୍ତର ଅସିତ୍ କୁମାର ବିଶ୍ୱାଳ, ଡ଼ାକ୍ତର ସତ୍ୟ ସୁନ୍ଦର ବିଶ୍ୱାଳ, ଡ଼ାକ୍ତର ଶଚିଦାନନ୍ଦ ବିଶ୍ୱାଳ, ଟେକନିସିଆନ ଚନ୍ଦନ ବେହେରା.,ସତ୍ୟବ୍ରତ ଜେନା, ସ୍ୱପ୍ନା ମଂଜରୀ ଦାସ, ଶ୍ରଦ୍ଧାଂଜଳୀ ମହାନ୍ତି ପ୍ରମୁଖ ଶିବିର ରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କର ପରୀକ୍ଷା କରିଥିଲେ ।

ସେହିପରି ଚକ୍ଷୁ ବିଭାଗରେ ୨୯, ମାନସିକ ରୋଗ ବିଭାଗରେ ୫୦, ଶ୍ରବଣ ବିଭାଗରେ ୨୪, ଶାରିରୀକ ଅକ୍ଷମ ବିଭାଗରେ ୧୩୨,ଶିଶୁ ରୋଗ ବିଭାଗରେ ୨୨ ଏହିପରି ମୋଟ ୨୫୭ଜଣ ଭିନ୍ନକ୍ଷମ ଶିବିରରେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମ କୁ ଏବିଡ଼ିଓ ସଂଜୟ ଦାସ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଚୌଧୁରୀ ଦିପକ କୁମାର , ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚୌତନ୍ୟ ପ୍ରସାଦ ବିଶ୍ୱାଳ, ଜିପିଇଓ ପାର୍ବତୀ ବାରିକ , ଡ଼ିଇଓ ଶୁଭଶ୍ରୀ ନାୟକ, ସିପି ଭାଗ୍ୟଲକ୍ଷ୍ମୀ ବିଶ୍ୱାଳ, ଏସିପି ସାରଦା ପ୍ରସନ୍ନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତଙ୍କ ପାଇଁ ବିଭାଗ ତରଫରୁ ଖାଦ୍ୟ ପାନୀୟ ର ବ୍ୟବସ୍ଥା କରାଯାଇଥିଲା ଓ ଖରା ବର୍ଷା ପାଇଁ ଟେଂଟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar