Dailyhunt
ଚୈ।ଦ୍ୱ।ର ଜେଲରୁ ଚମ୍ପଟ ମାରିଥିବା ଦ୍ୱିତୀୟ କଏଦୀ ରାଜା ସାହାଣୀ ଋଷିକେଶ ରୁ ଗିରଫ

ଚୈ।ଦ୍ୱ।ର ଜେଲରୁ ଚମ୍ପଟ ମାରିଥିବା ଦ୍ୱିତୀୟ କଏଦୀ ରାଜା ସାହାଣୀ ଋଷିକେଶ ରୁ ଗିରଫ

ଟକ ସଦର,୦୨/୦୪/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ଦଶହରା ପୂଜା ଦିନ ଚୈ।ଦ୍ୱ।ର ଜେଲରୁ ଚମ୍ପଟ ମାରିଥିବା ବିହାରର ଦୁର୍ଦ୍ଦାନ୍ତ ଦ୍ୱିତୀୟ ଅପରାଧୀ ରାଜା ସାହାଣୀକୁ କଟକ କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଘଟଣାର ପାଞ୍ଚ ମାସ ପରେ ଋଷିକେଶ ରୁ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି।

ଏହା ପୂର୍ବରୁ ଅନ୍ୟତମ ଅପରାଧୀ ମଧୁକାନ୍ତ ରାଣାକୁ କମିଶନରେଟ ପୋଲିସ ବୃନ୍ଦାବନ ରୁ ଗିରଫ କରିଥିଲା।

ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଧରିବା ପାଇଁ କଟକ କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଦଳ ସେହି ଦିନଠାରୁ ରାଜ୍ୟ ବାହାରେ ଡେରା ପକାଇ ରହିଥିବା ଜଣାପଡିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar