Sunday, 19 Jan, 7.11 pm ଓଡ଼ିଶା ସମାଚାର

ବିଶେଷ
ଚିତ୍ରୋତ୍ପଳା ବଣିକ ସଂଘ ସଦସ୍ୟଙ୍କ ବିୟୋଗରେ ନୂଆପଡା ବଜାର ବନ୍ଦ

ଗରଦପୁର, ୧୯/୦୧/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଠାରେ ଥିବା 'ଚିତ୍ରୋତ୍ପଳା ବଣିକ ସଂଘ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ବେହେରା (୭୨)ଙ୍କ ବିୟୋଗରେ ଆଜି ନୂଆପଡା ବଜାର ବନ୍ଦ ରହିଛି । ପ୍ରକାଶ ଯେ,ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ବେହେରାଙ୍କର ଗତକାଲି ରାତ୍ରୀ ସାଢେ ତିନିଟାରେ ନୂଆପଡାସ୍ଥିତ ତାଙ୍କ ଘରେ ପରଲୋକ ଘଟିଛି । ସ୍ୱର୍ଗତ ବେହେରା ଗତ କିଛି ଦିନ ହେଲା ହୃଦଘାତ ଜନିତ ରୋଗରେ ପିଡୀତ ଥିଲେ ।

ତାଙ୍କର ମୃତ୍ୟୁ ଖବର ପାଇଁ 'ଚିତ୍ରୋତ୍ପଳା ବଣିକ ସଂଘ ପକ୍ଷରୁ ଉପଦେଷ୍ଟା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ,ସାପତି ନିରଞ୍ଜନ ଦାସ,ଆଲୋକ କୁମାର ପରିଜା,ବ୍ରଜ କିଶୋର ସାହୁ,ଅଜୟ କୁମାର ସେନାପତି,ଅନିରୁଦ୍ଧ ପରିଡା ଓ ଗରଦପୁର ବ୍ଳକର ପୂର୍ବତନ ଉପାଧ୍ୟକ୍ଷ ଜ୍ୟୋତିରଞ୍ଜନ ପରିଡା ସ୍ୱର୍ଗତ ବେହେରାଙ୍କୁ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ବେହେରାଙ୍କୁ ଗ୍ରାମ ମଶାଣୀରେ ସଂସ୍କାର କରାଯାଇଥିବାବେଳେ, ପୁତ୍ର ଆର୍ଶିବାଦ ବେହେରା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ବେହେରା ଜଣେ ପରୋପକାରୀ, ସ୍ନେହୀ ଓ ଛାତ୍ରବତ୍ସଳ ଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top