Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚିତ୍ରୋତ୍ପଳା ନଦୀ ରୁ ଅଜଣା ବ୍ୟକ୍ତି ର ମୃତଦେହ ଜବତ

ଚିତ୍ରୋତ୍ପଳା ନଦୀ ରୁ ଅଜଣା ବ୍ୟକ୍ତି ର ମୃତଦେହ ଜବତ

ନିଶ୍ଚିନ୍ତକୋଇଲି,୨୦/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତର ସାହାଣୀସାହି ଗଡ଼ା ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ନଦୀର ପଥର ସ୍ପର ରେ ଲାଗି ରହିଥ‌ିବା ଅବସ୍ଥାରେ ଦେଖୁବାକୁ ମିଳିଥିଲା। ସ୍ଥାନୀୟ ଲୋକେ ନଦୀ କୂଳରେ ମୃତଦେହ ଭାସୁଥିବା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇ ଥିଲେ।

ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ, ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।ଶବ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar