Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦାଦାକୁ ପୁତୁରା ହତ୍ୟା ଘଟଣାରେ ଆଉ ୨ଗିରଫ

ଦାଦାକୁ ପୁତୁରା ହତ୍ୟା ଘଟଣାରେ ଆଉ ୨ଗିରଫ

କେନ୍ଦ୍ରାପଡ଼ା, ୩୦/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ସାନ୍ତସାହିରେ ବାବୁଲା ବାରିକ ହତ୍ୟା ଘଟଣାରେ ପୋଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି । ପୂର୍ବରୁ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଗିରଫ ହୋଇଥିବା ଦୁଇଜଣ ହେଲେ ମୃତ ବାବୁଲା ବାରିକର ଭାଇ ସ୍ୱର୍ଗତ ସୁରେଶ ଚନ୍ଦ୍ର ବାରିକଙ୍କ ପୁଅ କୁନା ଓରଫ ରାଜେଶ ବାରିକ(୨୭) ଏବଂ ରାଜେଶ ବାରିକର ପତ୍ନୀ ଲକି ଓରଫ ଅର୍ଚ୍ଚନା ବାରିକ(୨୩) ।

ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ହିମାଂଶୁ କୁ ପୋଲିସ ଏଯାବତ ଗିରଫ କରିପାରିନଥିବା ଜଣାପଡିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar