Dailyhunt
ଧଉଳିରେ "ଅର୍ଟିଷ୍ଟ ମିଟ"ରେ ମଣିପୁର ଚିତ୍ରଶିଳ୍ପୀ

ଧଉଳିରେ "ଅର୍ଟିଷ୍ଟ ମିଟ"ରେ ମଣିପୁର ଚିତ୍ରଶିଳ୍ପୀ

ଚିତ୍ରରେ ଚିତ୍ରରେ ମଣିଷର ବ୍ୟଥା ଓ ବେଦନା

ଭୁବନେଶ୍ୱର, ୩୦/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟରେ "ଆର୍ଟିଷ୍ଟ୍ ମିଟ୍" କାର୍ଯ୍ୟକ୍ରମରେ ମଣିପୁର ଶିଳ୍ପୀ ଲିଏସନ୍ଥେମ ଈଶ୍ୱରଙ୍କ ସହିତ ହୋଇଥିଲା କଳା ଚର୍ଚ୍ଚା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା ଅତିଥି ଶିଳ୍ପୀଙ୍କ ସମ୍ପର୍କରେ ଅବଗତ କରିବା ସହିତ ମଣିପୁର କଳା ଓ ସଂସ୍କୃତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ା ଯୋଗ ଦେବାସହ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଡ. ପଞ୍ଚାନନ୍ ସାମଲ ଅତିଥିଙ୍କୁ ସ୍ଵାଗତ କରିଥିଲେ।ପରେ ପରେ ଶିଳ୍ପୀ ଈଶ୍ୱର ନିଜ କଳା ଯାତ୍ରା ସମ୍ପର୍କରେ କହିବା ସହିତ ନିଜ କଳାକୃତି ଗୁଡ଼ିକ ପିପିଟି ମାଧ୍ୟମରେ ପ୍ରଦର୍ଶନ କରିଥିଲେ।ତାଙ୍କ ଚିତ୍ରରେ ମଣିପୁରର ସାଂପ୍ରତିକ ଘଟଣା ଗୁଡ଼ିକ ମଣିଷର ଆବେଗ ପୂର୍ଣ୍ଣ ଭାବ ଭଙ୍ଗୀରେ ପ୍ରଦର୍ଶିତ ହୋଇଥିଲା ଯେଉଁଥିରେ ବ୍ୟଥା ଓ ବେଦନା ଥିଲା ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଏହି ଅବସରରେ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଅନସୁୟା ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମହାବିଦ୍ୟାଳୟର ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ,ଅଧ୍ୟାପକ ରାମଶଙ୍କର ସାହୁ,ଭୂପତିଭୂଷଣ ପଣ୍ଡା, ସୋଫିଆ ୟସ୍ମିନ,ରାଜେନ୍ଦ୍ର ବର୍ମା, ଲକ୍ଷ୍ମୀଧର ସ୍ୱାଇଁ,ଶିଳ୍ପୀ ସୁଶାନ୍ତ କୁମାର ସିଂ ସାମନ୍ତ,ଦିଲ୍ଲୀପ କୁମାର ସାହୁ,ମାନସ ମହାରଥୀ, ରାଜୀବ ଦେ ଓ ସୁଲୋଚନା ମହାରଣା ପ୍ରମୁଖ ଶିଳ୍ପୀଙ୍କ ସହିତ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିଳ୍ପୀଙ୍କ ଜୀବନୀ ଓ ତାଙ୍କ ଚିତ୍ର ଶୈଳୀ ବିଷୟରେ ପଚାରି ବୁଝିଥିଲେ। ଏହି 'ଆର୍ଟିଷ୍ଟ ମିଟ୍' କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ହୋଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar