ବିନିକା,୧୨/୧୨/୨୦୧୯(ଓଡ଼ିଶା ସମାଚାର)- କାଳ ହେଲା ସେଲ୍ଫି ନିଶା । ରାମଦୋଳିରେ ବସି ସେଲଫି ନେବା ବେଳେ ଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଂଚଳରେ । ମୃତ ଯୁବକଙ୍କ ନାଁ ଜଗା ବାରିକ । ତାଙ୍କ ଘର ବୈରାଗୀମୁଣ୍ଡାରେ । ସୂଚନା ଅନୁସାରେ, ରାମପୁରରେ ଚାଲିଥିବା ଆଂଚଳିକ ଧନୁଯାତ୍ରା ମହୋତ୍ସବରେ ପଡ଼ିଥିବା ରାମଦୋଳିରେ ଜଗା ତାଙ୍କ ସାଙ୍ଗ ମାଧବ ଛତ୍ରିଆଙ୍କ ସହ ସେଲଫି ନେଉଥିଲେ । ତେବେ ଭାରସାମ୍ୟ ହରାଇ ଉଭୟ ଦୋଳି ଉପରୁ ତଳକୁ ଖସି ପଡ଼ିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରୁପାଲି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଜଗାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତିିର୍ କରାଯାଇଥିଲା ।