Monday, 30 Sep, 8.13 am ଓଡ଼ିଶା ସମାଚାର

ବିଶେଷ
ଗୋପାଳଚନ୍ଦ୍ର ପ୍ରହରାଜ ଜୟନ୍ତୀ ପାଳିତ

ବିରିଡି, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷା କୋଷ ନିର୍ମାଣରେ ଗୋପାଳଚନ୍ଦ୍ର ପ୍ରହରାଜ ଏ ଜାତିର ଐତିହାସିକ ଆବଶ୍ୟକତାକୁ ପୂରଣ କରିଥିଲେ ବୋଲି ଶୁକ୍ରବାର କନ୍ଦରପୁର ଉମାକାନ୍ତ ମଣ୍ଡପଠାରେ ଆୟୋଜିତ ଗୋପାଳଚନ୍ଦ୍ର ପ୍ରହରାଜ ୧୪୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉସôବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରହରାଜ ପ୍ରତିଭା ପୂଜାପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଭାରେ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିବା ସହ ଗୋପାଳ ଚନ୍ଦ୍ର ପ୍ରହରାଜ ସମଗ୍ର ଓଡିଆ ଜାତି ଓ ଓଡିଆ ଭାଷା ପାଇଁ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଥିଲେ । ତାଙ୍କ ଚାତୃଭାଷିକ ଭାଷାକୋଷ ଏବେ ବି ଅବିଧାନ ପ୍ରଣୟନ କ୍ଷେତ୍ରରେ ଶିର୍ଷାଙ୍କ ଆରୋହଣ କରିଛି । ଓଡିଆ ସାହିତ୍ୟର ଆତ୍ମାକୁ ବୁଝିବା ପାଇଁ ଏବଂ ଏହାର ପ୍ରଚାର ପ୍ରସାର ନିମନ୍ତେ ଉନ୍ନତ ଭାଷାକୋଷଟିଏ ଦରକାର ଥିବାରୁ ସେ ଏହାକୁ ରଚନା କରିଥିଲେ । ପିଲାଟି ଦିନରୁ ତାଙ୍କର ଓଡିଆ ସାହିତ୍ୟପ୍ରତି ଗଭୀର ଦୁର୍ବଳତା ଥିଲା ବୋଲି ତାଙ୍କ ସାହିତ୍ୟ ପଠନରୁ ଜଣାପଡେ । ସେ ୯ବର୍ଷରୁ ଊଦ୍ଧ୍ୱର୍ ଅକ୍ଲାନ୍ତ ପରିଶ୍ରମ କରି ମୋଟ ୧ଲକ୍ଷ ୮୫ହଜାର ଶବ୍ଦକୁ ଆବିଷ୍କାର କରି ୯ହଜାର ୫ଶହ ତିନିପୃଷ୍ଠା ପରିବ୍ୟାପ୍ତ ୭ଖଣ୍ଡରେ ଓଡିଆ ଭାଷାର ପ୍ରଚଳିତ ଅପ୍ରଚଳିତ ଲୋକକଥିତ ଆଞ୍ଚଳିକ ତତ୍ ସହିତ ବୈଦେଶିକ ବିଶାଳ ଭାଷାକୋଷ ପ୍ରଣୟନ କରିଥିଲେ, ଯାହା ଭାରତୀୟ ସାହିତ୍ୟ ଇତିହାସର ଏକ ଅନତିକ୍ରମ ଅଧ୍ୟାୟ । ଶ୍ରୀ ପ୍ରହରାଜ ପ୍ରତିଭା ପୂଜା ପରିଷଦର କାର୍ଯ୍ୟକାରୀ ସଭାପତି କାଳୀପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି, ସାହିତି୍ୟକ ଆଦିତ୍ୟ ପ୍ରସାଦ ଧଳ ମୁଖ୍ୟବକ୍ତା, ସାହିତି୍ୟକ ଭାଗୀରଥୀ ମହାସୁଆର, ପ୍ରଶାସକ ବିଜୟ ଚନ୍ଦ୍ର ଜେନା, ସାହିତ୍ୟ ଏକାଡେମୀର ସଦସ୍ୟ ସଞ୍ଜୟ କୁମାର ଛୁଆଳସିଂ ସମ୍ମାନିତ ବକ୍ତାଭାବେ ଯୋଗ ଦେଇଥିଲେ । ପ୍ରହରାଜ ପ୍ରତିଭାପୂଜା ପରିଷଦର ସମ୍ପାଦକ ପିୟୁଷ ରଞ୍ଜନ ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ କବି ପିତାମ୍ବର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସଞ୍ଜୟ କୁମାର ଛୁଆଳସିଂ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଗୋପାଳ ଚନ୍ଦ୍ର ପ୍ରହରାଜ ସାହିତ୍ୟ ସମ୍ମାନ ଗୀତିକବି ବାବାଜୀ ଚରଣ ଜେନା ଏବଂ ଗୋପାଳ ପ୍ରହରାଜ ପ୍ରତିଭା ସମ୍ମାନ ଗତ ମାଟ୍ରିକ ପରୀକ୍ଷାରେ ଓଡ଼ିଆ ଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅସୀମାଦିତ୍ୟ ନନ୍ଦ ଓ କ୍ରିଷ୍ଣାପ୍ରିୟା ନାୟକଙ୍କୁ ପ୍ରଦାନ କରାଯାଇଥିଲା । ପରିଷଦର ସଦସ୍ୟ ହୃଦାନନ୍ଦ ଜେନା ଅପରାହ୍ନରେ ଆୟୋଜିତ କବିତା ପାଠସେôାବରେ ସଭାପତିତ୍ୱ କରିଥିଲେ । କାଦମ୍ବିନୀ ପରିଜା ଓ ବ୍ୟଙ୍ଗକବି ପ୍ରତାପ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ୪୦ରୁ ଊଦ୍ଧ୍ୱର୍ କବି ଓ କବୟିତ୍ରୀ ସୋମନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଖବରଦାତା ନୀଳମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top