Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହୀରାକୁଦ ଜଳଭଣ୍ଡାର ର ୮ଟି ଗେଟ୍  ଖୋଲା

ହୀରାକୁଦ ଜଳଭଣ୍ଡାର ର ୮ଟି ଗେଟ୍ ଖୋଲା

ମ୍ବଲପୁର,୩୧/୦୮/୨୦୨୬(ଓଡ଼ିଶା ସମାଚାର)- ହୀରାକୁଦର ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ସାମାନ୍ୟ ହ୍ରାସ ପାଇଛି। ଏହାକୁ ଆଶ୍ୱସ୍ତିକର ଖବର ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ତଳମୁଣ୍ଡର ମୁଣ୍ଡଳୀଠାରେ ମଧ୍ୟ ଜଳପ୍ରବାହ କ୍ରମାଗତ ଭାବେ ହ୍ରାସ ପାଉଛି। ହୀରାକୁଦ ନଦୀବନ୍ଧରେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ।

ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍ରେ ସ୍ଥିର ରହିଛି। ହୀରାକୁଦ ନଦୀବନ୍ଧରେ ମୋଟ୍ ୯୮ଟି ଗେଟ୍ ରହିଛି । ବର୍ତ୍ତମାନର ସ୍ଥିତି କୁ ଦେଖି ଆଉ ୩ ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବାମ ପାର୍ଶ୍ୱର ୫ଟି ଏବଂ ଦକ୍ଷିଣ ପାର୍ଶ୍ୱର ୩ଟି ଗେଟ୍ ଏହିପରି ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି।

ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୬ ହଜାର ୩୫୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୩୯ ହଜାର ୩୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar