Wednesday, 28 Aug, 12.11 pm ଓଡ଼ିଶା ସମାଚାର

ବିଶେଷ
ଇ-ଲାଇବ୍ରେରୀ ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହରଣରେ ଅଧିକ ସହାୟକ: ରଘୁନନ୍ଦନ

କଟକ, ୨୮/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ପଢିହାରୀ ପାଠାଗାର ଓ ସୂଚନା କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । ମନ୍ତ୍ରୀ ପ୍ରଥମେ ପାଠାଗାରରେ ପହଁଚି ସ୍ୱାଧିନତାସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପାଠାଗାରର ଇ-ଲାଇବ୍ରେରୀ ପରିଦର୍ଶନ କରିବା ଅବସରରେ ସେଠାରେ ଥିବା ପିଲାମାନଙ୍କ ସହିତ ଆଲୋଚନାକରି ଇ-ଲାଇବ୍ରେରୀ ହେବା ଦ୍ୱାରା ସେମାନେ କିପରି ଉପକୃତ ହୋଇଛନ୍ତି ତାହା ଜାଣିବାକୁ ପାଇଥିଲେଏବଂ ପଢିହାରୀ ପାଠାଗାରରେ ଇ-ଲାଇବ୍ରେରୀବ୍ୟବସ୍ଥା ଛାତ୍ର ଛାତ୍ରୀ ମାନଙ୍କୁ ଜ୍ଞାନ ଆହରଣରେ ଅଧିକସହାୟତା ହେବ ବୋଲି କହିଥିଲେ । ଇ-ଲାଇବ୍ରେରୀମାଧ୍ୟମରେ ପାଠାଗାରର ସମସ୍ତ ତଥ୍ୟ ସଂଗୃହିତ ହୋଇପାରିବା ସହିତ ଉତର ପିଢିମାନେ ମଧ୍ୟ ଏହା ଦ୍ୱାରାଉପକୃତ ହୋଇ ପାରିବେ ବୋଲି ସେ କହିଥିଲେ ।ପରେ ମନ୍ତ୍ରୀ ଶ୍ରୀ ଦାସ ପାଠାଗାରର ମହିଳା ଶିଶୁବିଭାଗ,ସମ୍ବାଦପତ୍ର ପଠନ ଓ ଆାଲୋଚନା କକ୍ଷ ତଥା ପୁସ୍ତକ ପୁସ୍ତିକା ବିଭାଗ ବୁଲି ଦେଖିବା ସହିତପାଠାଗାର ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ ପାଇଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଏକ ସମୀକ୍ଷା ବୈଠକ ଓ ଆଲୋଚନା ମାଧ୍ୟମରେ ପଢିହାରୀ ପାଠାଗାର ଓ ସୂଚନା କେନ୍ଦ୍ରକୁ ଅଧିକ ଉନ୍ନତ ମାନର ଲାଇବ୍ରେରୀ ଭାବେ ପରିଣତ କରିବାଉପରେ ଗୁରତ୍ୱାରୋପ କରିଥିଲେ । କଟକରେ ଅବସ୍ଥିତ ଏହି ପାଠାଗାରର ଏ୍ୟତିହ୍ୟ ଓ ସ୍ୱତନ୍ତ୍ରତା ସାରା ଓଡିଶାରେ ରହିଛି ଓ ଏହି ପାଠାଗାରର ଯାହାକିଛି ସମସ୍ୟା ରହିଛି ତାହାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାସହିତ ପାଠାଗାରର ଆବଶ୍ୟକତା ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ପ୍ରକାଶକରିଥିଲେ । ପାଠାଗାରରେ ଥିବା ଏଲ୍.ଇ.ଡିଭିଡିଓ ଓାଲ ସମ୍ପର୍କରେ ଜାଣି ଆବଶ୍ୟକ ମରାମତି ସହିତ ଖୁବ ଶିଘ୍ର ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top