Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ଜିଲା ସ୍ତରୀୟ ଦୁଇ ଦିନିଆ 'ଚୈତ୍ର ମହୋତ୍ସବ' ଉଦଯାପିତ

'ଜିଲା ସ୍ତରୀୟ ଦୁଇ ଦିନିଆ 'ଚୈତ୍ର ମହୋତ୍ସବ' ଉଦଯାପିତ

ଜାତି, ବୃତି ଓ ସଂସ୍କୃତି ଉପରେ କୈବର୍ତ ଜାତିର ଗୁରୁତ୍ୱ ରହିଛି - ସାଂସଦ ବିଭୂ ତରାଇ । କେନ୍ଦ୍ରାପଡା, ୦୩/୦୫/୨୦୨୬ (ଓଡ଼ିଶା ସମାଚାର)-ଜାତି,ବୃତି ଓ ନିଜର ସଂସ୍କୃତି ଉପରେ କୈବର୍ତ ଜାତି ସର୍ବଦା ଗୁରୁତ୍ୱ ଦେଇ ଆସିଛି ବୋଲି ଆଜି ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଗତସିଂହପୁର ଜିଲା ଲୋକସଭା ସାଂସଦ ଡଃ.ବିଭୂ ପ୍ରସାଦ ତରାଇ ମତବ୍ୟକ୍ତ କରିଛନ୍ତି ।

ସତ୍ୟଯୁଗ,ତ୍ରେତୟାଯୁଗ ଓ ଦ୍ୱାପର ଯୁଗରେ କୈବର୍ତ ଜାତି ସମ୍ପର୍କରେ ପୁରାଣ ବର୍ଣିତ ରହିଥିବା,କୈବର୍ତ କନ୍ୟା ସତ୍ୟାବତୀ, ଚାରି ବେଦର ସଂକଳକ କୃର୍ଷ୍ଣଦ୍ୱାପାୟନ ବା ବ୍ୟାସଦେବଙ୍କ ସମ୍ପର୍କରେ 'ଜିଲା ସ୍ତରୀୟ ଚୈତ୍ର ମହୋତ୍ସବ'ର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାଂସଦ ଡଃ.ତରାଇ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,କୈବର୍ତ ଜାତିର ଆର୍ଥିକ ପରିବର୍ତନ,ଶିକ୍ଷାର ପରିବର୍ତନ,କୈବର୍ତ ଜାତି ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା,ଅବିଭକ୍ତ କଟକ ଜିଲାର ଉପକୂଳବର୍ତୀ ଅଂଚଳରେ ଥିବା ୫୭କିତା ନଦନଦୀ ମଧ୍ୟରେ ମୋଟ ୨୩ ହଜାର ଏକର ନଦନଦୀ ରହିଛି । ସେଥି ମଧ୍ୟରୁ ଅଧୁନା କେନ୍ଦ୍ରାପଡା ଜିଲାରେ ୧୭ହଜାର ଏକର ନଦନଦୀ ରହିଥିବାବେଳେ, ଜଗତସିଂପୁର ଜିଲାରେ ଅବଶିଷ୍ଠ ନଦନଦୀ ରହିଛି । କେନ୍ଦ୍ରପଡା ରଥଦାଣ୍ଡ ମାଉଷୀ ମା' ମନ୍ଦିର ନିକଟରେ କେନ୍ଦ୍ରପଡା କୈବର୍ତ ମହାସଭା ପକ୍ଷରୁ ଆୟୋଜିତ ଦୁଇ ଦିନିଆ 'ଜିଲା ସ୍ତରୀୟ ଚୈତ୍ର ମହୋତ୍ସବ'ର ଉଦଯାପନ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଢେଙ୍କାନାଳର ପୂର୍ବନତ ସାଂସଦ ତଥା ତାଳଚେରର ପୂର୍ବତନ ବିଧାୟକ ମହେଶ ସାହୁ ଯୋଗ ଦେଇ ଶୃଙ୍ଖଳା,ତ୍ୟାଗ ଓ ସଂକଳ୍ପକୁ ନେଇ କୈବର୍ତ ଜାତି ଆଗେଇ ଚାଲିଛି,କୈବର୍ତ ମହୋତ୍ସବରେ ସାମିଲ ହେବା ପାଇଁ ସେ ସମସ୍ତ କୈବର୍ତସମାଜକୁ ଆହ୍ୱାନ ଦେଇଥିଲେ । ଯିଏ ଜାତି ଓ ମାଟିକୁ ଭୁଲିଛି ସେ ଜାତି ଆଗେଇ ପାରିବ ନାହିଁ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।

କେନ୍ଦ୍ରାପଡା ଜିଲା କୈବର୍ତ ମହାସଭାର କାର୍ଯ୍ୟକାରୀ ସଭାପତି ରାଜକିଶୋର ମହାପାତ୍ର ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇ ସମସ୍ତଙ୍କ ସହଯୋଗରେ 'ଜିଲା ସ୍ତରୀୟ ଚୈତ୍ର ମହୋତ୍ସବ'ର ସଫଳତା ସମ୍ପର୍କରେ କହିଥିଲେ । ଉଦ୍ୟାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇ କୈବର୍ତ ସମ୍ପ୍ରଦାୟ ସ୍ୱାର୍ଥ ପାଇଁ ଉଦିଷ୍ଟ ନୂହେଁ,ସମ୍ପ୍ରଦାୟ ସମାଜର ହିତ ଚାହେଁ,ସାମୁହିକ କଲ୍ୟାଣରେ କୈବର୍ତ ସମାଜ ଗୋଟିଏ ଗୋଟିଏ ପାହାଚ ଚଢିଛି, ସମ୍ପ୍ରଦାୟ ସ୍ୱାର୍ଥ,କର୍ତବ୍ୟ ସ୍ୱର୍ଥରେ ବିନିଯୋଗ କରିବ ବୋଲି ବିଧାୟକ ଶ୍ରୀ ବେହେରା ମତପ୍ରକାଶ କରିଥିଲେ । ନିଖିଳ ଓଡିଶା କୈବର୍ତ ମହାସଭାର ଉପ-ସଭାପତି ଇଂ.ବିଷ୍ଣୁ ଚରଣ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ କୈବର୍ତ ଜାତିର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ଅତିଥି ସାଂସଦ ଡଃ. ବିଭୂ ପ୍ରସାଦ ତରାଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ନିଖିଳ ଓଡିଶା କୈବର୍ତ ମହାସଭାର ଉପଦେଷ୍ଠା ନାରାୟଣ ଚନ୍ଦ୍ର ବେହେରା, ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ଡଃ.ହରିହର କାନୁନଗୋ ଓ କେନ୍ଦ୍ରାପଡା ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ କୈବର୍ତ ଜାତିର ଇତିହାସ,ଗଙ୍ଗରାଜ ବଂଶ ସହିତ କୈବର୍ତ ଜାତିର ସମ୍ପର୍କ, ଶ୍ରୀକ୍ଷେତ୍ରରେ ଶ୍ରୀପତିତପାବନ,ଶ୍ରୀଜଗନ୍ନାଥଙ୍କ ରଥ ଯାତା୍ରରେ ତିନି ରଥ ଉପରେ ଯୋଚା ହୋଇଥିବା ଘୋଡାର ରଙ୍ଗ ଏବଂ କେବର୍ତ ଜାତି ସହିତ ରହିଥିବା ସମ୍ପର୍କ ସମ୍ବଦ୍ଧରେ କହିଥିଲେ । ନିଖିଳ ଓଡିଶା କୈବର୍ତ ମହାସଭାର ସଭାପତି ଡଃ.ଦେବେନ୍ଦ୍ର କୁମାର ବେହେରା କୈବର୍ତ ଜାତିର ଆରାଧ୍ୟା ଘୋଡା ରୂପରେ ପୁଜିତ ମା' ବାସେଳି ଠାକୁରାଣୀ ସମ୍ପର୍କରେ କହିବା ସହିତ କୈବର୍ତ ଜାତିର ହିତ ପାଇଁ ସରକାର 'ଘୋଡାନାଚ ଏକାଡେମୀ' ପ୍ରତିଷ୍ଠା କରିବା ପାଇଁ ସାସଦ ଡଃ. ତରାଇଙ୍କ ନିକଟରେ ଦାବି ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଡଃ ବିଭୂ ପ୍ରସାଦ ତରାଇଙ୍କ ଧର୍ମପତ୍ନୀ ରୀତା ତରାଇ, କେନ୍ଦ୍ରାପଡା ଜିଲା କୈବର୍ତ ମହାସଭାର ସଭାପତି ରଞ୍ଜନ କୁମାର ବେହେରା ପ୍ରମୁଖ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ କୈବର୍ତ ମହାସଭାର ସାଧାରଣ ସମ୍ପାଦକ ନାରାୟଣ ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ସଭା ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମା' ବାସେଳୀ ଘୋଡାକୁ ପୂଜାର୍ଚନା ଓ କୈବର୍ତ ଜାତିର ସଙ୍ଗିତ ଗାନ କରାଯାଇଥିଲା । କୈବର୍ତ ଜାତି ପାଇଁ ଅବଦାନ ରହିଥିବା ସ୍ୱର୍ଗତ ନିରଞ୍ଜନ ମେକାପଙ୍କ ଅକାଳ ବିୟୋଗ ପାଇଁ ସଭାରେ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜ୍ଜନ କରିଥିବା ଓ କୈବର୍ତ ଜାତି ପାଇଁ ଅବଦାନ ରହିଥିବା କେନ୍ଦ୍ରାପଡା,କଟକ,ଜଗତସିଂପୁର ସହିତ ରାଜ୍ୟର ଅନ୍ୟ କେତେକ ଜିଲାରୁ ଆସିଥିବା ବୟଷ୍କ ବ୍ୟକ୍ତି ବିଶେଷମାନଙ୍କୁ ଉପଢୌକନ ଓ ସ୍ଥାପତ୍ୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଓଡିଶୀ ନୃତ୍ୟ ପରିବେଶଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁଜଙ୍ଗ,କେନ୍ଦ୍ରାପଡା,ପାରାଦ୍ୱୀପ,ବ୍ରହ୍ମପୁର ଓ ଗଞ୍ଜାମ ଆଦି ଉପକୂଳ ଜିଲାମାନଙ୍କରୁ ଆସିଥିବା କୈବର୍ତ ଜାତିର ବହୁ ମୂରବୀ ଓ ସଂଗଠକମାନେ ଉପସ୍ଥିତ ଥିବାବେଳେ,ଜିଲାର ବିଭିନ୍ନ ସ୍ଥାନମାନଙ୍କରୁ ବହୁ ସଂଖ୍ୟକ କୈବର୍ତ ସମାଜର ସଂଗଠକ,ବୁଦ୍ଧିଜିବୀ ଓ ମହିଳାମାନେ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar