Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜୁନ୍ ଓ ଜୁଲାଇ - ୨୦୨୬ ମାସ ନିମନ୍ତେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ।

ଜୁନ୍ ଓ ଜୁଲାଇ - ୨୦୨୬ ମାସ ନିମନ୍ତେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ।

ଯାଜପୁର,୩୧/୦୫/୨୦୨୬ (ଓଡ଼ିଶା ସମାଚାର)- ଚଳିତ ବର୍ଷ ୨୦୨୬ ଜୁନ୍ ଓ ଜୁଲାଇ ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ବର କୁମାର କର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲଙ୍କ ଜିଲ୍ଲାସ୍ତରୀୟ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଅଛି ।

ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଅଭିଯୋଗ ଗୁଡିକର ତତ୍କାଳ ସମାଧାନ କରିବେ।

ଚଳିତ ବର୍ଷ ଜୁନ୍ ମାସରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକର କାର୍ଯ୍ୟସୂଚୀ ଅନୁଯାୟୀ ତା ୦୧।୦୬।୨୦୨୬ ରିଖ (ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଯାଜପୁର ଠାରେ ତା ୦୮।୦୬।୨୦୨୬ ରିଖ (ସୋମବାର) ବଡ଼ଚଣା ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ ଗୃହ ଠାରେ ଯଥାକ୍ରମେ ପୂର୍ବାହ୍ନ ଘ. ୦୭.୦୦ ଟିକା ସମୟରୁ ପୂର୍ବାହ୍ନ ଘ ୧୦.୦୦ ଟିକା ସମୟ ପର୍ଯ୍ୟନ୍ତ ତା ୨୨।୦୬।୨୦୨୬ ରିଖ (ସୋମବାର) ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ , ତା ୨୯।୦୬।୨୦୨୬ ରିଖ (ସୋମବାର) କୋରେଇ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ଘ. ୧୦.୦୦ ଟିକା ସମୟରୁ ଅପରାହ୍ନ ଘ ୦୨.୦୦ ଟିକା ସମୟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।

ସେହିପରି ଚଳିତ ବର୍ଷ ଜୁଲାଇ ମାସ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକର କାର୍ଯ୍ୟସୂଚୀ ଅନୁଯାୟୀ ତା ୦୬।୦୭।୨୦୨୬ ରିଖ (ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଯାଜପୁର ଠାରେ, ତା ୧୩।୦୭।୨୦୨୬ ରିଖ (ସୋମବାର) କେ.ଏନ.ଡି.ଏ ସମ୍ମିଳନୀ ଗୃହ, କଳିଙ୍ଗନଗର ଠାରେ ତା ୨୦।୦୭।୨୦୨୬ ରିଖ (ସୋମବାର) ବରୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଏବଂ ତା ୨୭।୦୭।୨୦୨୬ ରିଖ (ସୋମବାର) ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ଘ. ୧୦.୦୦ ଟିକା ସମୟରୁ ଅପରାହ୍ନ ଘ. ୦୨.୦୦ ଟିକା ସମୟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।

ଏଣୁ ବଡ଼ଚଣା ବ୍ଲକ, ବିଞ୍ଝାରପୁର ବ୍ଲକ, କୋରେଇ ବ୍ଲକ୍, ବରୀ ବ୍ଲକ, ସୁକିନ୍ଦା ବ୍ଲକ୍ ଏବଂ ଜିଲ୍ଲାର ଜନସାଧାରଣଙ୍କ କୌଣସି ଆପତ୍ତି ଅଭିଯୋଗ ଥିଲେ ସେମାନେ ନିର୍ଦ୍ଧାରିତ ଦିବସ, ସମୟ ଓ ସ୍ଥାନରେ ଉପସ୍ଥିତ ରହି ସେମାନଙ୍କର ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar