ରଘୁନାଥପୁର,୧୨/୧୨/୨୦୧୯(ଓଡ଼ିଶା ସମାଚାର)- କାର ବାଇକ ଧକ୍କାରେ ଜଣେ ଗୁରୁତର ଆହତ । ଘଟଣାରୁ ପ୍ରକାଶ ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର ହରିଶପୁର ଠାରେ ତିର୍ତୋଲ ଥାନା ଅନ୍ତର୍ଗତ ଏରଡଙ୍ଗା ଫଚାୟତର ବିଲଗୋପାଳପୁର ଗ୍ରାମର ସଂଗ୍ରାମ ନାୟକ(୩୦) ଏକ ପଲସର ବାଇକରେ ନିଜ ଅଫିସ କଟକ ମହାନଗରନିଗମ ରୁ କାର୍ଯ୍ୟସାରି ଆଜି ସଂନ୍ଧ୍ୟାରେ ଘରକୁ ଫେରିବା ସମୟରେ ଏକ କାର ସହ ଧକ୍କା ହୋଇଥିଲା ।
ଫଳରେ ସଂଗ୍ରାମ ଗୁରୁତର ହୋଇ ଅଚେତ ଅବସ୍ଥାରେ ପଡିଥିଲେ ।
ଏହି ଖବର ପାଇ ତାରପୁର ସରଂପଚ ସରୋଜ କୁମାର ଦାସ ଓ ତାଙ୍କ ସହଯୋଗୀଙ୍କ ସହାୟତାରେ ଏକ ଘରୋଇ ଗାଡିରେ ତାଙ୍କୁ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଏଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ସଂଗ୍ରାମକୁ କଟକ ବଡ ମେଡିକାଲକୁ ୧୦୮ ଆମ୍ଭୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଛିା ଓଡ଼ିଶା ସମାଚାର
