Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଟକ ସଦରରେ ଆତ୍ମୀୟତାର ଗହ୍ମାପର୍ଵ ଆନନ୍ଦ ଉଲ୍ଲାସର ସହ ପାଳନ

କଟକ ସଦରରେ ଆତ୍ମୀୟତାର ଗହ୍ମାପର୍ଵ ଆନନ୍ଦ ଉଲ୍ଲାସର ସହ ପାଳନ

ଟକ ସଦର,୨୭/୦୮/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଓଡ଼ିଆ ସଂସ୍କୃତିରେ ଵାର ମାସରେ ତେର ପର୍ବ ପାଳିତ ହେଉଥିବାବେଳେ ବିଭିନ୍ନ ସଂପ୍ରଦାୟ ତାଙ୍କର କୌଳିକ ପର୍ବ ପାଳନ କରିଥାନ୍ତି।ଏହି ଉତ୍କଳୀୟ ପରମ୍ପରା ଅନୁଯାୟୀ ପାଟରା ସମ୍ପ୍ରଦାୟ ତାଙ୍କର କୂଳ ଦେବତା ଈଷ୍ଟଦେଵ ଶ୍ରୀ ବଳଭଦ୍ରଙ୍କ ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମାପୂର୍ଣ୍ଣିମା ଭାବେ ଗହ୍ମାପର୍ଵ ପାଳନ କରିଥାନ୍ତି।

ଓଡ଼ିଆ ଜଗନ୍ନାଥ ସଂସ୍କୃତିରେ ଗହ୍ମାପୂର୍ଣ୍ଣିମା କେବଳ ଏକ ପର୍ବ ହୋଇ ରହିନାହିଁ। ଏହା ମାନଵ, ପ୍ରକୃତି ଓ ଭଗବାନଙ୍କ ମଧ୍ୟରେ ନିହିତ ଦିଵ୍ୟ ଆତ୍ମୀୟତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଏହି ଅବସରରେ କଟକ ସଦର ଅଞ୍ଚଳର ଵିଲସାହି,ମଣିଜଙ୍ଗ,ସଂଗ୍ରାମ ପୁର,କାଠୁଆଖଣ୍ଡ, କିଶନନଗର, ହରିପୁର,ଵାରଦା, ନୂଆଗାଁ,ଵମ୍ଵୁରୀ,ମହୁରା ଓ ପାରାଵିଲ ପ୍ରଭୃତି ଗ୍ରାମରେ ଆଜି ଗୁରୁବାର ଠାରୁ ତିନି ଦିନ ପାଇଁ ଗହ୍ମାପର୍ଵ ଆଧ୍ୟାତ୍ମିକ ପରିବେଶ ସହିତ ଧୁମ୍ ଧାମରେ ପାଳନ ହେଉଛି। ପ୍ରଥମ ଦିବସରେ ଠାକୁରଙ୍କୁ ଆବାହନ କରି ସଜଵସା ହୋଇଥିବାବେଳେ ଦ୍ୱିତୀୟ ଦିବସ ବଡ଼ ପର୍ବ ପାଳିତ ହୋଇଥାଏ।

ଏହି ଦିନ ଅନେକ ପ୍ରକାରର ପିଠାପଣା ଖିରୀପୁରୀ ପ୍ରସ୍ତୁତ ହୋଇ ପରମ୍ପରା ଅନୁଯାୟୀ ଠାକୁରଙ୍କ ନିକଟରେ ସାରୁ ପତ୍ରରେ ଲାଗି କରାଯାଇ ସାଇପଡିଶା ରେ ବଣ୍ଟନ କରାଯାଇ ଥାଏ। ସେହିପରି ଶେଷ ଦିବସରେ ଶାଗଭାତ ନାଁ ରେ ଅନେକ ପ୍ରକାର ବ୍ୟଞ୍ଜନ ପରଷିବା ପରେ ପର୍ବ ଉଦଯାପିତ ହୋଇଥାଏ। ସେହିପରି ଗହ୍ମାପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରର ପାଟରା ସେବାୟତ ମାନଙ୍କ ଦ୍ଵାରା ପ୍ରସ୍ତୁତ ପାଟରାକ୍ଷୀ ଓ ଗୁଆମାଳ ଶ୍ରୀ ଜୀଉମାନଙ୍କ‌ ଶ୍ରୀଭୁଜରେ ଅର୍ପଣ କରାଯିବା ଏକ ଅନନ୍ୟ ପରମ୍ପରା ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar